Site icon Awaj Media

ଖବର ପ୍ରସାରଣ ପରେ ସୁଧୁରିଲା ରାସ୍ତା ଅବସ୍ଥା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ଵର ପଣ୍ଡା : ଖବର ପ୍ରସାରଣ ପରେ ଫିଟିଲା ସମାଧାନର ବାଟ ! ଯେଉଁ ସ୍ଥାନରେ ବର୍ଷା ପାଣି ଜମି ରହି ଗମନାଗମନ ବାଧାପ୍ରାପ୍ତ ହେଉଥିଲା , ତାହାକୁ କଂକ୍ରିଟ ଢ଼ଳେଇ କରି ଉଚ୍ଚ କରିଛି ବିଭାଗ ! ଦେଖନ୍ତୁ ଏ ଦୃଶ୍ୟ , ଜୁଲାଇ ମାସ ଏକ ତାରିଖରେ ସାମାନ୍ୟ ବର୍ଷା ପରେ କିପରି ରାସ୍ତା ଉପରେ ପାଣି ଲହଡି ଭାଙ୍ଗୁଛି ! ଆଉ ଦୁଇ ପାଖରେ ଅଟକି ରହିଛନ୍ତି ଯାତ୍ରୀ ! ଏହା କେଉଁ ଉପାନ୍ତ କି ଅପହଞ୍ଚ ଇଲାକାର ଘଟଣା ନୂହେଁ ! ବରଂ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା – କଣ୍ଟିଲୋ ମୁଖ୍ୟ ରାସ୍ତା ର ସିମୋର ବଜାରର ଦୃଶ୍ୟ ! ଖୋର୍ଦ୍ଧା ଏବଂ ବାଙ୍କୀ କୁ ସଂଯୋଗ କରୁଥିବା ରାସ୍ତାର ମିଳନସ୍ଥଳ ଏହି ଛକ ଟି ! ପ୍ରତିଦିନ ଶହ ଶହ ସଂଖ୍ୟାରେ ଗାଡି ଯାତାୟାତ କରିଥାଏ , ହେଲେ ରାସ୍ତାର ଦୁରବସ୍ଥା କାରଣରୁ ଲୋକେ ହୁଅନ୍ତି ହୀନସ୍ତା ! ସାମାନ୍ୟ ବର୍ଷାରେ ରାସ୍ତା ଉପରେ ପାଣି ଜମି ରହି ଯାତାୟାତ ବାଧାପ୍ରାପ୍ତ ହେଉଥିବା ନେଇ ଆମେ ଖବର ପ୍ରସାରଣ କରିଥିଲୁ ! ଏପରିକି ସ୍ଥାନୀୟ କିଛି ସାମାଜିକ କର୍ମୀ ରାସ୍ତାର ଅବସ୍ଥା ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ମଧ୍ୟ କରିଥିଲେ ! ଆଉ ଖବର ପ୍ରସାରଣର ପଡିଲା ପ୍ରଭାବ , ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଲା ବିଭାଗ ! ଏ ହେଉଛି ସାତ ଜୁଲାଇ ର ଦୃଶ୍ୟ , ପାଣି ଜମି ରହି ଅସୁବିଧା ହେଉଥିବା ସ୍ଥାନକୁ କଂକ୍ରିଟ ଢ଼ଳେଇ କରି ଉଚ୍ଚ କରାଯିବା ସହିତ ଡ୍ରେନେଜ ବ୍ୟବସ୍ଥା ମଧ୍ୟ କରାଯାଇଛି ! ବାଙ୍କୀ ଖୋର୍ଦ୍ଧା ସଂଯୋଗୀ ରାସ୍ତା ଅବସ୍ଥାରେ ସୁଧାର ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା !

Exit mobile version