Site icon Awaj Media

କୁହୁଡ଼ି ଜନତା ହାଇସ୍କୁଲ ର ୬୮ ତମ ପ୍ରତିଷ୍ଠା ଦିବସ : ଯୋଗଦେଲେ ଛତିଶଗଡ଼ର ମହାମହିମ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ସ୍ଥିତ ଜନତା ହାଇସ୍କୁଲ ର ୬୮ ତମ ପ୍ରତିଷ୍ଠା ଦିବସ ଓ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ଯ ଅତିଥି ଭାବେ ଯୋଗଦେଲେ ଛତିଶଗଡ଼ର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ବ ଭୂଷଣ ହରିଚନ୍ଦନ । ମୁଖ୍ଯ ବକ୍ତା ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ, ସମ୍ମାନୀତ ଅତିଥି ଭାବେ ପୂରାତନ ଛାତ୍ର ସଂସଦ ସଭାପତି ତଥା ଚିଲିକା ର ପୂର୍ବତନ ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ ଓ ହାଇସ୍କୁଲ ପ୍ରଧାନ ଶିକ୍ଷକ ରଘୁନାଥ ସ୍ବାଇଁ ଯୋଗ ଦେଇଥିଲେ । ସ୍ବାଗତ ଭାଷଣ ଦେଇଥିଲେ ପୂରାତନ ଛାତ୍ର ସଂସଦ ସଂପାଦକ ଇଂ ସନ୍ତାପ କୁମାର ଜେନା । ମଂଚ ପରିଚାଳନା କରିଥିଲେ ଅଧ୍ୟାପକ ଡ ମୃତ୍ୟୁଞ୍ଜୟ ରଥ । ମହାମହିମ ରାଜ୍ୟପାଳ କୁହୁଡି ପ୍ରବେଶ କରିବା ପରେ ପାରଂପରିକ ବାଡିଖେଳ ପ୍ରଦର୍ଶନ କରି ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପ୍ରଥମେ କୁହୁଡି ସ୍ଥିତ କ୍ଷେତ୍ରବାସୀ ମଧ୍ଯ ଇଂରାଜୀ ବିଦ୍ୟାଳୟ ରେ ଯୋଗଦେଇ ପ୍ରତିଷ୍ଠାତା କ୍ଷେତ୍ରବାସୀ ସାହୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଜିଲ୍ଲା ପୋଲିସ ର କଡା ସୁରକ୍ଷାରେ ଜନତା ହାଇସ୍କୁଲ ରେ ପ୍ରବେଶ କରି ଏକ ନୂତନ ସଭାଗୃହ ପାଇଁ ଶିଳାନ୍ୟାସ କରି ବିଦ୍ୟାଳୟ ପରିସରରେ ଥିବା ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ଓ ଦୁଇ ସହକାରୀ ଶିକ୍ଷକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାସ୍ଥଳକୁ ଆସିଥିଲେ । ମୁଁ ଧନ୍ୟଵାଦ ଦେବି ସାସଂଦ ଅପରାଜିତା ଷଢଙ୍ଗୀ ଙ୍କୁ ଯିଏ ଆଜି ଏ ଜାତିର ଭୁଲୁଣ୍ଠିତ ସ୍ବାଭିମାନକୁ ଉଦ୍ଧାର କରିବା ପାଇଁ ଯୁଦ୍ଧ କରୁଛନ୍ତି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିଥିଲେ । ଆହୁରି ମଧ୍ଯ କହିଥିଲେ ଏଠାରେ ଥିବା ମଧ୍ଯ ଇଂରାଜୀ ଓ ହାଇସ୍କୁଲ ର ଛାତ୍ର ଥିଲି ଆଜି ୬୮ ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ବହୁତ ଖୁସି ଅନୁଭବ କରୁଛି । ବିଦ୍ୟାଳୟ ର ଜଣେ ଅବସରପ୍ରାପ୍ତ ଶିକ୍ଷକ ଓ କିଛି କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ସଂବର୍ଦ୍ଧିତ କରାଯାଇଥିଲା । ପୂରାତନ ଛାତ୍ର ସଂସଦର ଏଭଳି କାର୍ଯ୍ୟକ୍ରମ କୁ ଅତିଥି ପ୍ରଶଂସା କରିଥିଲେ ।

Exit mobile version