Site icon Awaj Media

ଚିଲିକା ବଉଳାବନ୍ଧ ଗ୍ରାମ ପଞ୍ଚାୟତ ଅଫିସ ରେ ଝୁଲୁଛି ତାଲା : ପଞ୍ଚାୟତ ବାସୀ ହନ୍ତସନ୍ତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମ ପଞ୍ଚାୟତରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ର ସମୁଖୀନ ହେବାକୁ ପଡୁଛି । ଦିନ ୧୨ ଟାରେ ମଧ୍ୟ ପଞ୍ଚାୟତ ଅଫିସ ରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି ! ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶ ହେଇ ଘରକୁ ଫେରି ଆସୁଥିବାର ଦେଖିବାକୁ ମିଳୁଛି ! ସାଧାରଣ ଜନତା ଛୋଟ ମୋଟ କାମ ନେଇ ଦୂର ଦୁରାନ୍ତରୁ ଯେକୌଣସି ଅଫିସ କୁ ଆସିଥାନ୍ତି ! ସରକାର ଙ୍କ ନିୟମ ଅନୁସାରେ ପ୍ରତେକ ସରକାରୀ ଅଫିସ ଦିନ ୧୦ ଟା ରେ ଖୋଲିବା କଥା ! ସୋମବାର ଦିନ କିଛି ଗଣମାଧ୍ୟମ ପ୍ରତିନିଧି ବଉଳାବନ୍ଧ ଗ୍ରାମ ପଞ୍ଚାୟତକୁ ଖବର ସଂଗ୍ରହ ପାଇଁ ଯାଇଥିଲେ ! ସେଠାରେ ଦେଖିବାକୁ ପାଇଥିଲେ ଦିନ ୧୨ ଟା ରେ ମଧ୍ୟ ପଞ୍ଚାୟତ ଅଫିସ କୁ ବାବୁମାନେ ଆସୁ ନାହାନ୍ତି ! ଅଫିସ କୁ ଆସିବାର ଦୂରର କଥା ଅଫିସ ରେ ତାଲା ଝୁଲୁ ଥିବାର ଦେଖିବାକୁ ମିଳୁଛି ! କିନ୍ତୁ ବଡ ଦୁଃଖର ବିଷୟ ଏହି ପଞ୍ଚାୟତ ର ସରପଞ୍ଚ ଓ କୌଣସି ଅଧିକାରୀ ମାନଙ୍କ ଦେଖା ଦର୍ଶନ ମିଳୁ ନାହିଁ ! ଯାହା ଦ୍ଵାରା ଲୋକେ ନିରାଶ ହୋଇ ଘରକୁ ଫେରିଛନ୍ତି ! ନା ଅଧିକାରୀ ଙ୍କ ଦେଖା ମିଳୁଛି , ନା ସରପଞ୍ଚ ବାବୁ ଙ୍କ ଦେଖା ମିଳୁଛି ! କେବଳ ଦେଖା ମିଳୁଛି ଅଫିସ ରେ ତାଲା ଝୁଲୁଥିବାର ! ଆମ ପ୍ରତିନିଧି ବଉଳାବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କୁ ଦୂରଭାଷ ରେ ସମ୍ପର୍କ କରିବାରୁ ବାବୁ ଙ୍କ କୌଣସି ସନ୍ତୋଷ ଜନକ ଉତ୍ତର ମିଳି ପାରିଲା ନାହିଁ ! ଏନେଇ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି !

Exit mobile version