Site icon Awaj Media

ବିଜୁଳି ର ଲୁଚକାଳି ଖେଳକୁ ନେଇ ତାତିଲେ ଗ୍ରାମବାସୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଡମପଡା ବ୍ଲକ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତ ରେ ବିଦୁତ ସରବରାହ କୁ ନେଇ ଉତେଜନା ଓ ରାସ୍ତା ରୋକ୍ । ପ୍ରଶାସନ ର ପ୍ରତିଶୃତି ପରେ ଭାଙ୍ଗିଲା ଧାରଣା । ସୁଚନା ଅନୁଯାୟୀ ଗତ ଏକ ମାସ ହେବ ହରିରାଜପୁର ନୁଆ ସାହିରେ ବିଦୁତ ସରବରାହ ନେଇ ସମସ୍ୟା ଥିଲା ! କିନ୍ତୁ ଗତ କାଲି ଠାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ପରେ ଗ୍ରାମବାସୀ ଙ୍କର ଧୈର୍ଯ୍ୟ ଭାଙ୍ଗିଲା ! ଏନେଇ ଉଚ ପଦାଧିକାରୀ ଙ୍କୁ ଅଭିଯୋଗ କରିଥିଲେ ସୁଧା କୌଣସି ସୁଫଳ ମିଳି ପାରିନଥିଲା ! ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରି କଟକ ବାଙ୍କୀ ମୂଖ୍ୟ ରାସ୍ତା ଅବରୋଧ କରିଥିଲେ । ଫଳରେ ଯାନବାହନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ବିଦୁତ ବିଭାଗର କର୍ତ୍ତୃପକ୍ଷ ଙ୍କ ନିର୍ଦ୍ଦେଶ ରେ ଏକ ଟିମ୍ ଘଟଣା ସ୍ଥଳ କୁ ଯାଇ ସ୍ଥାୟୀ ସମାଧାନ ର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହାର କରିଥିଲେ ଗ୍ରାମବାସୀ ।

Exit mobile version