Site icon Awaj Media

ଉତ୍ତରାଧିକାରୀ ପ୍ରମାଣପତ୍ର ସଂଶୋଧନ ମଞ୍ଚ ର ଆଲୋଚନା ଚକ୍ର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍ତରାଧିକାରୀ ପ୍ରମାଣପତ୍ର ସଂଶୋଧନ ମଞ୍ଚ ର ଏକ ଆଲୋଚନା ଚକ୍ର ବ୍ରହ୍ମପୁର ଗ୍ରାମପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି । ଓଡିଶାରେ ଜମି ବାଡ଼ି ବିକ୍ରି ଓ ହସ୍ତାନ୍ତର ପାଇଁ ଉତ୍ତରାଧିକାରୀ ପ୍ରମାଣପତ୍ର ଆବଶ୍ୟକ ପ୍ରମାଣପତ୍ର ହୋଇଥିବା ବେଳେ ପ୍ରମାଣ ପତ୍ର ରେ ହେଉଥିବା ଜାଲିଆତି ବିଶେଷ କରି ତଦନ୍ତ ବେଳେ ଅଧିକାରୀ ମାନେ କ୍ଷେତ୍ର କୁ ନ ଯାଇ ସ୍ଥାନୀୟ ଦଲାଲ୍ ଙ୍କ ଦ୍ଵାରା ମିଥ୍ୟା ତଥ୍ୟ ନେଇ ପ୍ରମାଣ ପତ୍ର ପ୍ରସ୍ତୁତ କରୁଛନ୍ତି । ଏହା ଦ୍ବାରା ବିଶେଷକରି ଝିଅ ,ଭଉଣୀ ଓ ବିଧବା ବୋହୂ ମାନେ ସେମାନଙ୍କ ସମ୍ପତ୍ତି ଗତ ଅଧିକାରରୁ ବଞ୍ଚିତ ହେଉଛନ୍ତି।ଉକ୍ତ ବିଷୟ କୁ ଗୁରୁତର ଭାବେ ନେଇ ଆଗାମୀ ଦିନରେ ରେ ରାଜସ୍ୱ ବିଭାଗ ଓ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ସଭାପତି ବସନ୍ତ କୁମାର ପଣ୍ଡା ନିଷ୍ପତି ନେଇଛନ୍ତି । ଆଲୋଚନା ଚକ୍ର ରେ ସମ୍ପାଦକ ଭାଗବତ ପତି, ଉପ-ସଭାପତି ଚିତ୍ତରଂଜନ ବାରିକ୍, ଆବାହକ ଲକ୍ଷ୍ମଣ ଦିକ୍ଷୀତ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Exit mobile version