Site icon Awaj Media

ନୟାଗଡରେ ବିଭିନ୍ନ ପଞ୍ଚାୟତ ଗସ୍ତରେ ବିଧାୟକ ଅରୁଣ ସାହୁ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ପ୍ରସ୍ତୁତ ହେଉଛି ବିକାଶ ତାଲିକା, ବଦଳିବ ନୟାଗଡ଼ର ଚିତ୍ର ! ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଭିନ୍ନ ପଞ୍ଚାୟତ ଗସ୍ତରେ ଯାଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି । ଗାଁର ରୂପରେଖ ବଦଳାଇବା ପାଇଁ ନୂତନ ଭାବେ ଯୋଜନା ପ୍ରସ୍ତୁତ ହୋଇଛି । ପ୍ରତ୍ୟେକ ପଞ୍ଚାୟତରେ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ନୟାଗଡ଼ ବିଧାୟକ ଡ. ସାହୁ ନୟାଗଡ଼ ବ୍ଲକର ଚଣ୍ଡିବସ୍ତ, ଭାଟସାହି, ମୁଥାଗାଡ଼ିଆ, ନବଘନପୁର, ଲେଙ୍କୁଡ଼ିପଡ଼ା, ମାଛିପଡ଼ା, ନଡ଼ିଆଳି, ଖୁଣ୍ଟୁବନ୍ଧ, ସିନ୍ଦୁରିଆ, ଘଡ଼ୁଆଳ, ଇଟାମାଟି, ବଡ଼ପଣ୍ଡୁସର, ବାଉଁଶିଆପଡ଼ା, ଜହ୍ନିପଦା, ବିରୁଡ଼ା ପଞ୍ଚାୟତକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପ୍ରତ୍ୟେକ ଗାଁର ବିକାଶ ତଥା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । କେଉଁ କାମ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଅପେକ୍ଷା କରିଛି, କଣ ନୂଆ କାମ ଆବଶ୍ୟକତା ରହିଛି । ସେ ନେଇ ତନ୍ନ ତନ୍ନ କରି ଆଲୋଚନା କରାଯାଉଛି । ଗାଁ ଲୋକଙ୍କ ଦ୍ୱାରା ପ୍ରସ୍ତୁତ ଚିଠା ମଧ୍ୟ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ଓ ଉନ୍ନତି କୁ ପ୍ରାଧାନ୍ୟ ଦେଉଥିବା ବେଳେ ୫ଟି ଦ୍ୱାରା ବହୁ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି । ନୟାଗଡ଼ରେ ଗାଁ ବିକାଶ ପାଇଁ କରାଯାଇଥିବା ପରିକଳ୍ପନାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ବିଧାୟକଙ୍କ ଗସ୍ତରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ଆଶିଷ କୁମାର ଅଗ୍ରୱାଲ୍ ପ୍ରମୂଖ ସାମିଲ ଥିବା ବେଳେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପ୍ରମୂଖ ଉପସ୍ଥିତ ରହିଥିଲେ ।

Exit mobile version