Site icon Awaj Media

ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂଙ୍କ ନେତୃତ୍ବରେ ପୁରୁଣା ରାଜବାଟି ଠାରେ ମିଶ୍ରଣ ପର୍ବ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଭାରତୀୟ ଜନତା ପାର୍ଟି ପକ୍ଷରୁ ନୟାଗଡରେ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂଙ୍କ ନେତୃତ୍ବରେ ପୁରୁଣା ରାଜବାଟି ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି । ଏହି ମିଶ୍ରଣ ପର୍ବରେ ନୟାଗଡ ବ୍ଲକ ଖୁଣ୍ଟୁବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଶ୍ବସୁପଡା ଗ୍ରାମର ନୟାଗଡ ଜିଲ୍ଲା କଂଗ୍ରେସର ଦଳିତ ଓ ଆଦିବାସୀ ସେଲ ସଭାପତି ଭଗବାନ ମଲ୍ଲିକଙ୍କ ସମେତ ସେହି ଗ୍ରାମର ପ୍ରଫୁଲ୍ଲ ରାଉତ, ଡମି ବରାଡ, ଖଦାଳ ସେଠି, ଧନୀ ପ୍ରଧାନ, ଗୋବିନ୍ଦ ମଲ୍ଲିକ,ମହନ୍ତି ପ୍ରଧାନଙ୍କ ସହ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଏବଂ କାନକଟା ସ୍ଥିତ ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ମଜଦୁର ସଙ୍ଘର ସଭାପତି ରବି ଜେନା, ସମ୍ପାଦକ ବିରଞ୍ଚି ନାରାୟଣ ବେହେରା ଓ ବିଜୟ କୁମାର ପ୍ରଧାନଙ୍କ ନେତୃତ୍ବରେ ବହୁ କର୍ମକର୍ତ୍ତା ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦାନ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ବରିଷ୍ଠ ବିଜେପି ନେତା ନସିର ଅହମ୍ମଦ, ସନ୍ତୋଷ ପ୍ରଧାନ, ପ୍ରହଲ୍ଲାଦ ବରାଡ, ସୌମ୍ୟ ରଞ୍ଜନ ପ୍ରଧାନ, ସିନ୍ଦୁରିଆ ସରପଞ୍ଚ ପ୍ରମୋଦ କୁମାର ବେହେରା, ରଞ୍ଜନ ପଣ୍ଡା, ସଞ୍ଜୟ କୁମାର ନାୟକ, ସୁର୍ଯ୍ୟମଣି ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ପୂର୍ବତନ ସାଂସଦ ତଥା ନୟାଗଡ ରାଣିମା ପ୍ରତ୍ୟୁଷା ରାଜେଶ୍ବରୀ ସିଂ ଯୋଗଦେଇ ସମସ୍ତ କର୍ମକର୍ତ୍ତାଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧେଇ ଭାରତୀୟ ଜନତା ପାର୍ଟିରେ ସାମିଲ କରାଇଥିଲେ।

Exit mobile version