ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବ ପ୍ରସ୍ତୁତି ବୈଠକ ଅଧ୍ୟକ୍ଷା ଶ୍ରୀମତୀ ମରୀୟମ ରଇତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପୂର୍ବ ପ୍ରସ୍ତୁତି ବୈଠକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ଅବଗତ କରାଇଥିଲେ । ଆସନ୍ତା ତା ୧୭.୭.୨୦୨୩ ଓ ତା ୧୮.୦୭.୨୦୨୩ ରିଖ ଦୁଇ ଦିନ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ସମସ୍ତ ବ୍ଲକରେ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି , ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାକେଶ କୁମାର ସାହୁ ଯୋଗ ଦେଇ ଚଳିତ ଆର୍ଥିକ ବର୍ଷରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ବିଭାଗ ତରଫରୁ ଅଧିବାସୀ ମାନଙ୍କ ଉନ୍ନତୀ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ସେହି କାର୍ଯ୍ୟକ୍ରମ ଗୁଡିକ ବର୍ତ୍ତମାନ ଚାଲୁ ରହିଛି ବୋଲି ପ୍ରକାଶ କରିଥିଲେ । ସେହିପରି ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଦ୍ଵାରା ବିଭିନ୍ନ ଯୋଜନାର କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା କରିଥିଲେ ଯାହା ସାଂସ୍କୃତିକ ଗୃହ, ଜନଜାତି ହାଟ, ଦେବ ସ୍ଥଳୀର ବିକାଶ, ଜିଲ୍ଲା ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା, ଜିଲ୍ଲାର ଖେଳକୁଦର ବିକାଶ, ଦକ୍ଷତା ବିକାଶ ତାଲିମ, ପ୍ରତ୍ୟେକ ବ୍ଲକ ସ୍ତରୀୟରେ ସ୍ବତନ୍ତ୍ର ସ୍ୱେଚ୍ଛାସେବୀ ଆଦି କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ବୈଠକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପାଧକ୍ଷ ଶ୍ରୀଯୁକ୍ତ ଧନେଶ୍ଵର ଭୁୟାଁ, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ସମସ୍ତ ସଭ୍ୟ ସଭ୍ୟା, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା ସଂଯୋଜକ ଶ୍ରୀ ଜି. ରାଜେଶ, ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପିଆର୍.ନାୟକ , ଶ୍ରୀ ଗୁପ୍ତ ପାତ୍ର, ଶ୍ରୀ ବସନ୍ତ କୁମାର ତୋପୋନ, ଶ୍ରୀ ତ୍ରିଲଚନ ସେଠୀ ଓ ଶ୍ରୀମତୀ ଚମ୍ପା ମଣି ମାରାଣ୍ଡି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ ।