Site icon Awaj Media

ବିଦେଶ ଫେରନ୍ତା ହୋଇ ପାରନ୍ତି କରୋନାର କାରଣ : ବିଭିନ୍ନ ଷ୍ଟେସନରେ ଚିନ୍ମୟ ଫାଉଣ୍ଡେସନର ୧୭୩ ତମ ସପ୍ତାହର କୋଭିଡ୍ କିଟ୍ ବଣ୍ଟନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏବେ ବିଭିନ୍ନ ବିମାନ ବନ୍ଦର ମାନଙ୍କରେ କରୋନା ପଜେଟିଭ ବାହାରୁ ଥିବାର ଦେଖିବାକୁ ମିଳୁଛି । ବିଦେଶ ଫେରନ୍ତା ମାନଙ୍କ ଦ୍ଵାରା ଏହା ସହର ରୁ ଗାଆଁକୁ ବ୍ୟାପିବାର ବହୁ ସମ୍ଭାବନା ରହିଛି । ଏଣୁ ବିମାନ ବନ୍ଦର, ରେଲୱେ ଷ୍ଟେସନ, ବସ୍ ଷ୍ଟାଣ୍ଡ ଆଦି ମାନଙ୍କରେ ସଚେତନତାର ଆବଶ୍ୟକତା ରହିଛି । ଏହାଛଡା ଏହି ସବୁ ସ୍ଥାନ ମାନଙ୍କରେ ଖୋଲା ଆକାଶ ତଳେ ରହି ଜୀବନ ନିର୍ବାହ କରୁଥିବା ବ୍ୟକ୍ତି ମାନଙ୍କୁ ସଚେତନତା ସହ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନର ଆବଶ୍ୟକତାକୁ ଉପଲବ୍ଧି କରି ଚିନ୍ମୟ ଫାଉଣ୍ଡେସନ ତା’ର ୧୭୩ତମ ସପ୍ତାହର କାର୍ଯ୍ୟକ୍ରମ ଜାରି ରଖିଥିଲା । ଫାଉଣ୍ଡେସନର ଦିନ ସଂଖ୍ୟା ୧୨୦୫ ରୁ ୧୨୧୧ (ରବିବାର ରୁ ଶନିବାର ପର୍ଯ୍ୟନ୍ତ) ଦୀର୍ଘ ୭ ଦିନ ଧରି ଏହି କାର୍ଯ୍ୟକ୍ରମ ଓଡିଶାର ବିଭିନ୍ନ ରେଲୱେ ଷ୍ଟେସନ, ବସ୍ ଷ୍ଟାଣ୍ଡ, ବିମାନ ବନ୍ଦର ଆଦି ସ୍ଥାନ ମାନଙ୍କରେ ଜାରି ରହିଥିଲା । ବର୍ଷାରେ ଭିଜି ଭିଜି ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମକୁ ଜାରି ରଖିଥିଲେ । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଶକ୍ତି ରଂଜନ ଜେନା ଏହି କାର୍ଯ୍ୟକ୍ରମକୁ ଜାରି ରଖିଥିବାର ଦେଖିବକୁ ମିଳିଥିଲା ।

Exit mobile version