ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ. ପାଣ୍ଡିଆନ ଙ୍କ ଦୁଇଦିନିଆ ନୟାଗଡ଼ ଗସ୍ତ ପରିପ୍ରେକ୍ଷୀରେ ଜିଲ୍ଳାର ଗୁରୁତ୍ୱପୂର୍ଣ୍ଣ ମୌଳିକ ସମସ୍ୟା ପ୍ରସଙ୍ଗ ଉତ୍ଥାପନ ପାଇଁ ଜିଲ୍ଲା କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ ! ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଏବଂ ପୀତବାସ ପଣ୍ଡା କାର୍ଯ୍ୟକ୍ରମରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ! ୨୦୧୯ ମସିହାରୁ ନୟାଗଡ଼ ର ଗ୍ରାମାଞ୍ଚଳ, ସହରାଞ୍ଚଳ ସମେତ ଜିଲ୍ଲାର ପlଞ୍ଚଗୋଟି ବ୍ଲକ ର ଅଧିବାସୀଙ୍କୁ ମହାନଦୀ ରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ୭00 କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇ ୨୦୨୧ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପାଇଁ ଲକ୍ଷ ଧାର୍ଯ୍ୟ ଥିବା ବେଳେ ଆଜିକୁ ଚାରି ବର୍ଷ ପାର ହୋଇସାରିଛି ! ଜିଭିପିଆର ନାମକ ତାମିଲ ଠିକା ସଂସ୍ଥା ଏହି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ର ୫୦% କାର୍ଯ୍ୟ ଶେଷ କରିପାରିଲା ନାହିଁ । ଏପଟେ ୭00 କୋଟି ର ପ୍ରାରମ୍ଭିକ ବ୍ୟୟ ଅଟକଳ ବଢ଼ି ବଢ଼ି ଚାଲିଛି କିନ୍ତୁ ପାଣି ଟୋପାଏ ପାଇଁ ଜିଲ୍ଲାର ଆଠ ଲକ୍ଷ ଲୋକ ଚାହିଁ ବସିଛନ୍ତି, ତାମିଲ ଠିକସଂସ୍ଥା ସରକାର ଙ୍କ ସହ କରିଥିବା ଏଗ୍ରିମେଣ୍ଟ ଖିଲାପ କରିଥିଲେ ତା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଳାର ବିଧାୟକ ସାଂସଦ ମାନେ ଦାବୀ କରିବା ପାଇଁ ଭୟ କରୁଛନ୍ତି l ତେବେ ଦୀର୍ଘ ୨୫ ବର୍ଷ ଧରି ଜିଲ୍ଲାର ଉତ୍କଟ ପାନୀୟ ଜଳ ଅଭାବ କେବେ ଦୂର ହୋଇ ମହାନଦୀ ରୁ ପାଣି ଆସିବ ତାହା ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରୁ । ପ୍ରକଳ୍ପ କାର୍ଯ୍ୟ ବିଳମ୍ବ କରୁଥିବାରୁ ସମ୍ପୃକ୍ତ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା କଂଗ୍ରେସ ଦାବୀ କରୁଛି । ନୟାଗଡ଼ ଜିଲ୍ଲା ର ଏକମାତ୍ର ଚିନିଶିଳ୍ପ ୨୦୧୪ ମସିହାରୁ ବନ୍ଦ ହୋଇ ପଡିଛି l ରୁଗ୍ଣ ଚିନିକଳ ସୁରକ୍ଷା ପାଇଁ ମାନ୍ୟବର ହାଇକୋର୍ଟଙ୍କ ଙ୍କ ନିର୍ଦ୍ଧେଶ ସତ୍ୱେ ଜିଲ୍ଲା ପ୍ରଶାସନ / ପୋଲିସ ର ଅବହେଳା ପାଇଁ ସେଠାରୁ ସମସ୍ତ ଯନ୍ତ୍ରାଂଶ ଚୋରି ହୋଇ ଗଲାଣି । ଏହି ଚିନିଶିଳ୍ପ ବନ୍ଦ ହୋଇଯିବା ଯୋଗୁଁ ଜିଲ୍ଲାର ହଜାର ହଜାର ଆଖୁଚାଷୀ ପ୍ରଭାବିତ ହୋଇଛନ୍ତି । ପରିବହନ ଶିଳ୍ପ ବାଧାପ୍ରାପ୍ତ ହୋଇଛି, ବହୁ କର୍ମଚାରୀ ରୋଜଗାର ହରାଇଛନ୍ତି, ତେଣୁ ସେହି ପାଣିପୋଇଲା ଠାରେ ନୂତନ ଚିନିକଳ ସ୍ଥାପନା ପାଇଁ ଜିଲ୍ଲା ର ଆଖୁଚାଷୀ, ପରିବହନ କର୍ମଚାରୀ ମାନଙ୍କ ପାଇଁ କଂଗ୍ରେସ ଦାବୀ ରଖୁଛି । ପ୍ରସ୍ତାବିତ ବୃତଙ୍ଗ ବୃହତ ଜଳସେଚନ ଯୋଜନା ନୟାଗଡ଼ ଏବଂ ଖୋରଧା ଜିଲ୍ଲାର ଚାଷୀକୁଳ ପାଇଁ ଲାଇଫଲାଇନ ସଦୃଶ ଅଟେ । ଏହି ବୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ୟୁପିଏ- ୨ ସରକାର ଜଙ୍ଗଲ ପରିବେଶ ମଞ୍ଜୁରୀ ଦେଇଥିବା ବେଳେ ଏଯାବତ ବୃତଙ୍ଗ ଜଳସେଚନ ଯୋଜନା ପାଇଁ ସରକାର ଚୁପ ବସିଛନ୍ତି । ୨୦୦୦ ମସିହାରୁ ନିର୍ବାଚନ ବେଳେ ବିଜେଡି ନେତା ମାନଙ୍କ ମିଛ ଭାଷଣବାଜି ରେ ବୃତଙ୍ଗ ଯୋଜନା ଚାଲିଛି, ଯଦି ଏ ସରକାର ନୟାଗଡ଼ ଏବଂ ଖୋରାଧା ଜିଲ୍ଲାର କୃଷିଭିତିକ ଉନ୍ନତି ଚାହାଁନ୍ତି ତେବେ ବୃତଙ୍ଗ ବୃହତ ଜଳସେଚନ ଯୋଜନା କାର୍ଯ୍ୟକାରୀ ପାଇଁ ଟେଣ୍ଡର ବିଜ୍ଞପ୍ତି ଜାରି କରନ୍ତୁ ।
ପାଣ୍ଡିଆନ ଙ୍କ ଦୁଇଦିନିଆ ନୟାଗଡ଼ ଗସ୍ତ ପରିପ୍ରେକ୍ଷୀରେ ଜିଲ୍ଳାର ଗୁରୁତ୍ୱପୂର୍ଣ୍ଣ ମୌଳିକ ସମସ୍ୟା ପ୍ରସଙ୍ଗ ଉତ୍ଥାପନ ପାଇଁ ଜିଲ୍ଲା କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ !!!

