Site icon Awaj Media

୧୬ ନମ୍ବର ଜାତୀୟ ରାଜପଥ କୋତରି ନିକଟରେ ଟ୍ରକ କୁ ପିଟିଲା ଟାଟା ଏସି ଗାଡ଼ି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୧୬ ନମ୍ବର ଜାତୀୟ ରାଜପଥ କୋତରି ନିକଟରେ ଟ୍ରକ କୁ ପିଟିଲା ଟାଟା ଏସି ଗାଡ଼ି ! ଜଣେ ମୃତ ଜଣେ ଗୁରୁତର , ପୋଲିସ ର ତଦନ୍ତ ଆରମ୍ଭ ! ବାଣପୁର ବ୍ଳକ ଅନ୍ତର୍ଗତ କୋତରି ଗ୍ରାମ ନିକଟସ୍ତ ୧୬ ନମ୍ବର ଜାତୀୟ ରାଜପଥ ରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାହା ଫଳରେ ଜଣଙ୍କର ମୃତ୍ୟ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି । ସୂଚନା ମୁତାବକ ଏକ ମାଲବାହୀ ଟ୍ରକ ବାଣପୁର କୋତରି ଗ୍ରାମ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ରାସ୍ତା କଡରେ ଛିଡା ହୋଇଥିବା ସମୟରେ ଏକ ଟାଟା ଏସି ଗାଡ଼ି ବାଲେଶ୍ୱରରୁ ଗଞ୍ଜାମ ଜିଲ୍ଲା ପାଲୁରୀ ହାଟକୁ ଶୁଖୁଆ ମାଛ କିଣିବା ପାଇଁ ଆସୁଥିବା ବେଳେ କୌଣସି କାରଣ ବଶତଃ ଛିଡ଼ା ହୋଇଥିବା ଟ୍ରକ୍ ପଛ ପଟକୁ ଧକା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ବାଲେଶ୍ବର ଅଞ୍ଚଳର ୫୫ବର୍ଷ ବୟସ୍କ ମାଙ୍ଗି ବେହେରା ବୋଲି ଜଣା ପଡିଛି । ଖବର ପାଇ ବାଲୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version