Site icon Awaj Media

ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଜିକରଣ ପାଇଁ ଫର୍ମ ବଣ୍ଟନ ଓ ସଚେତନତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ରାମଲିଙ୍ଗେଶ୍ୱର ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ 2023 – 24 ଖରିଫ ଋତୁର ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ନିମନ୍ତେ ଫର୍ମ ବଣ୍ଟନ କରାଯାଇଛି । ଜୁଲାଇ 15 ତାରିଖରୁ 31 ପର୍ଯ୍ୟନ୍ତ ପଞ୍ଜିକରଣ ନିମନ୍ତେ ଫର୍ମ ବଣ୍ଟନର କାର୍ଯ୍ୟକ୍ରମ ରହିଛି । 15 ଜୁଲାଇ ରୁ 22 ଅଗଷ୍ଟ ପର୍ଯ୍ୟନ୍ତ ଫର୍ମ ଗୁଡିକ ଡିଜିଟାଲାଇଜେସନ ହେବ ବୋଲି ଜଣା ପଡ଼ିଛି । ଚାଷୀ ପଞ୍ଜିକରଣ ସକାସେ ଫର୍ମ ନେଇ ପୂରଣ କରି ପ୍ରାଥମିକ ସମବାୟ ସମିତିରେ ଦାଖଲ କରିଛନ୍ତି । ଚାଷୀ ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

Exit mobile version