Site icon Awaj Media

ଜହ୍ନା ପାଖ ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ଜହ୍ନା ପାଖ ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ ! କଟକରୁ କରଞ୍ଜିଆ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ନାୟକ ଆଣ୍ଡ ନାୟକ ଭାରସାମ୍ୟ ହରାଇ ଓଲଟି ପଡିଲା ! ସୂଚନା ମୁତାବକ ଆଜି 5 ଘଟିକା ସମୟରେ କଟକ ରୁ କରଞ୍ଜିଆ ଅଭିମୁଖେ ନାୟକ ଆଣ୍ଡ ନାୟକ ବସ ଯାଉଥିଲା l ଦ୍ରୁତଗତିରେ ଯାଉଥିବା ବସ ଟି ହଠାତ କୌଣସି କାରଣ ବସତ କୋରେଇ ଥାନା ଜହ୍ନା ଗାଁ ଛକରେ ଓଲଟି ପଡି ବିଲ ଭିତରେ ପଡିଥିଲା l ଦୁର୍ଘଟଣା ଯୋଗୁଁ ବସରେ ଥିବା ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଛି l

Exit mobile version