Site icon Awaj Media

ଆତ୍ମାହୁତି ଧମକ ଦେବା ପରେ ଶିକ୍ଷକ ଙ୍କ ବଦଳି ଦାବି ପୂରଣ ପାଇଁ ପ୍ରତିଶୃତି ଦେଲେ ବ୍ଲକ ଶିକ୍ଷାଧିକାରୀ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପ୍ରଥମେ ଆତ୍ମାହୁତି ର ଧମକ । ତା ପରେ ଦାବି ପୂରଣ ପାଇଁ ପ୍ରତିଶୃତି । ସୂଚନା ଅନୁସାରେ ଡେରାବିଶ ବ୍ଲକ ରାଧାମୋହନ ଜୀଉ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ନାଥ ଦୀର୍ଘ ଦିନ ହେବ ବିଭିନ୍ନ ରୋଗରେ ପୀଡିତ ହୋଇ ଅସୁସ୍ଥ ରହିବା ପରେ ତାଙ୍କୁ ସ୍କୁଲର କିଛି ଅଭିଭାବକ ବିଭିନ୍ନ ଅଶ୍ଳୀଳ ଟିପ୍ପଣୀ କରି ବଦନାମ କରୁଥିଲେ । ଖଗେଶ୍ୱର ଏନେଇ ସେହି ସ୍କୁଲରୁ ବଦଳି ହେବା ପାଇଁ ଦାବି ରଖି ଦୀର୍ଘ ଦିନ ହେବ ବିଇଓ ଙ୍କୁ ଅଭିଯୋଗ କରିବା ପରେ କୌଣସି ସୁଫଳ ମିଳିପାରି ନଥିଲା । ସେଥିପାଇଁ ସେ ବିଈଓ ଙ୍କୁ କରିଥିବା ଶେଷ ଚିଠିରେ ବଦଳି ନହେଲେ ବିଇଓଙ୍କ ଅଫିସ ଆଗରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଥିଲେ । ଆଜି ବିଇଓ ଖଗେଶ୍ୱରଙ୍କୁ ଡକାଇ ଘଟଣା କୁ ଅନୁଧ୍ୟାନ କରିବା ସହ ତୁରନ୍ତ ବଦଳି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଖଗେଶ୍ୱର ନିଜ ଚରମ ନିଷ୍ପତି କୁ ବଦଳାଇ ଦେଇଛନ୍ତି । ଡେରାବିଶ ବିଇଓ ଶ୍ରୀକାନ୍ତ ବେହେରା ଦେଇଥିବା ପ୍ରତିଶୃତି କେବେ ପାଳନ କରୁଛନ୍ତି ତାହା ହିଁ ଦେଖିବାକୁ ବାକି ରହିଲା ।

Exit mobile version