Site icon Awaj Media

ବିପଦସଙ୍କୁଳ ଅବସ୍ଥାରେ ପୋଲ : ମରାମତି କେବେ ???

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଓରବରସିଂହ ଗ୍ରାମପଞ୍ଚାୟତ ର ମସାଣିଆ ଠାରେ ମାନ୍ଦାଗିନି ନଦୀ ଉପରେ ବହୁବର୍ଷ ଆଗରୁ ସରକାର ଙ୍କ ଦ୍ୱାରା ଏକ ପୋଲ ନିର୍ମାଣ କରାଯାଇଥିଲା ! ଏହି ପୋଲ ସହିତ ସଂଯୋଗ ଥିବା ସଡ଼କ ଟି ନୂଆ ଜଗନ୍ନାଥ ସଡ଼କ ସହିତ ସଂଯୋଗ ହୋଇଅଛି ! ଏହି ରାସ୍ତା ଉପରେ ବହୁ ଅଞ୍ଚଳ ର ଲୋକ ଏବଂ ପୁରୀ କୁ ଯାତାୟାତ କରୁଥିବା ଯାତ୍ରୀ ମାନେ ନିର୍ଭର କରିଥାନ୍ତି ! ଏହି ପୋଲ ଟି ବହୁତ ପୁରୁଣା ହୋଇଥିବାରୁ ସରକାର ଏହି ପୋଲ ର ମରାମତି କାର୍ଯ୍ୟ ଠିକାଦାର କୁ ଦେଇଥିଲେ ! ଆଜକୁ ପ୍ରାୟ ଚାରି ମାସ ହେବ ଏହାର ମରାମତି କାର୍ଯ୍ୟ ସରିଲାଣି , କିନ୍ତୁ ନିମ୍ନମାନର କାର୍ଯ୍ୟ ହୋଇଥିବା ରୁ ଏହା ପୁନଃବାର ଭାଙ୍ଗି ଫାଟି ଯାଇଛି ! ପୋଲର ମଧ୍ୟ ଭାଗରେ ପାଣି ଜମା ହୋଇରହୁଛି ଏବଂ ଢ଼ଳେଇ ଖୋଳି ହୋଇ ପୋଲରେ ବଡ଼ବଡ଼ ଟାପ ମଧ୍ୟ ସୃଷ୍ଟି ହେଲାଣି ! ଏଥିପାଇଁ ଜନ ସାଧାରଣ, ଯାନବାହାନ ଏବଂ ପୁରୀ କୁ ଯାଉଥିବା ଯାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ! ପୋଲଟିକୁ ଯଦି ପୁନଃବାର ସଠିକ ଭାବରେ ମରାମତି କରାନଯାଏ , ତେବେ କୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା କୁ ଏଡାଇ ଦିଆ ଯାଇନପାରେ !

Exit mobile version