Site icon Awaj Media

ବାଲୁଗାଁ ଆଙ୍କୁଲାଚଟି ଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା !!! ବାଇକ୍ ଚାଳକ ଦ୍ୱୟ ଆହତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଆଙ୍କୁଲାଚଟି ବଜାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିକଟରେ ଦୁଇ ବାଇକ୍ ମଧ୍ୟରେ ସାମ୍ନା ସମ୍ନି ଧକ୍କା ହୋଇ ଉଭୟ ଚାଳକ ଆହତ ଅବସ୍ଥାରେ ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ନାଚୁଣୀ ପାଖରୁ ବାଲୁଗାଁ ଅଭିମୁଖେ ଏକ ଆପାଚି ବାଇକ୍ ଆସୁଥିବା ବେଳେ ଖାରିବନ୍ଧ ବାଲୁଗାଁ ପଟରୁ ନାଚୁଣୀ ଅଭିମୁଖେ ଯାଉଥିବା ବୁଲେଟ୍ ମୋଟର ସାଇକେଲ ମଧ୍ୟରେ ଧକ୍କା ହୋଇଥିଲା । ଉଭୟ ଚାଳକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ହେଲମେଟ ପିନ୍ଧିଥିବା ଯୋଗୁଁ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଛନ୍ତି ।

ସେଠାରେ ଥିବା ଅନ୍ୟ ଯାତ୍ରୀମାନେ ସେମାନଙ୍କୁ ହସ୍ପିଟାଲ୍ ନେବାକୁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବାରେ ତାହା ମିଳି ନ ଥିଲା । ତେଣୁ ଅଟୋ ରିକ୍ସା ରେ ସେମାନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଗତ ଦୁଇ ଦିନ ତଳେ ବାଲୁଗାଁ ବଜାର ଠାରେ ପୁରୁଣା ଜାତୀୟ ରାଜପଥ ନଂ ୫ ର ଦୂରବସ୍ଥା ଯୋଗୁଁ ଏକ ମାଛ କଣ୍ଟେନର ଦବିଯାଇ ରାସ୍ତା କାମ ହୋଇ ଜନସାଧାରଣ ନାହିଁ ନଥିବା ହଇରାଣ ହୋଇଥିଲେ । ସେହି ରାସ୍ତା କାମ ଏଠାରେ ସି ପି ଆରୋରା କମ୍ପାନୀ ତରଫରୁ ଚାଲିଥିବା ବେଳେ ରାସ୍ତାର ଗୋଟିଏ ପାର୍ଶ୍ଵ ଖୋଳି କାମ କରୁଛନ୍ତି ।ତେଣୁ ଗୋଟିଏ ପଟ ରାସ୍ତାରେ ଗାଡି ମୋଟର ଯିବା ଆସିବା କରିବା ଫଳରେ ଦୁର୍ଘଟଣା ବହୁଳ ଭାବରେ ଘଟୁଛି । କମ୍ପାନୀ ତରଫରୁ କୌଣସି ସୁରକ୍ଷା ବ୍ୟବସ୍ଥା ସତର୍କ ସୂଚନା ଦିଆ ଯାଉନାହିଁ । ବରଡି ଠାରୁ ନାଭାଲ ପର୍ଯ୍ୟନ୍ତ ରାସ୍ତାଟି ଦୁର୍ଘଟଣା ପ୍ରବଣ ହୋଇ ପଡିଥିଲେ ମଧ୍ୟ ଏଥି ପ୍ରତି କର୍ତୃପକ୍ଷ ଙ୍କର ଆଦୌ ଚିନ୍ତା ନାହିଁ । ତୁରନ୍ତ ପଦକ୍ଷେପ ନେଇ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି ।

 

Exit mobile version