Site icon Awaj Media

ବାଲୁଗାଁ ସହର ର ମୁଖ୍ୟ ରାସ୍ତା ପାଲିଟିଛି ମରଣ ଯନ୍ତା : ପ୍ରଶାସନ ର କେବେ ଭାଙ୍ଗିବ ନିଦ ???

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପାଞ୍ଚ ନମ୍ବର ପୁରୁଣା ଜାତୀୟ ରାଜପଥ ମୁଖ୍ୟ ରାସ୍ତା ପାଲିଟିଛି ମରଣ ଯନ୍ତା ! ଦୀର୍ଘ ଦିନ ଧରି ଏହି ରାସ୍ତା ରେ ବହୁ ଗର୍ତ୍ତ ମାନ ହେବାର ଦେଖିବାକୁ ମିଳୁଛି ! ନା ଏହାର ଠିକରେ ମରାମତି ହେଉଛି ନା କାହାର ନଜର ଆସୁଛି, ଏହିପରି ଶୋଚନୀୟ ଭାବରେ ପଡ଼ିରହିଛି ବାଲୁଗାଁ ମୁଖ୍ୟ ରାସ୍ତା ! ବାଲୁଗାଁ ସହର ଏସିଆ ମହାଦେଶ ର ସର୍ବ ବୃହତ ହ୍ରଦ ଚିଲିକା କୂଳରେ ଅବସ୍ଥିତ ! ଚିଲିକା ରେ ମା’ କାଳିଜାଇ, ପକ୍ଷୀ ଅଭୟରଣ୍ୟ, ଡ଼ଲଫିନ ସାଙ୍ଗକୁ ଚଢେଇ ହୁଗା ପାହାଡ଼ ଏଠାର ମୁଖ୍ୟ ଆକର୍ଷଣ ବିନ୍ଦୁ ହେବା ଯୋଗୁ, ଏଠାକୁ ପ୍ରତିଦିନ ଦେଶ ବିଦେଶ ରୁ ଆଉ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ଙ୍କ ସୁଅ ଛୁଟି ଥିବାର ଦେଖିବାକୁ ମିଳେ ! ଏହା ସହିତ ବାଲୁଗାଁ ସହର ମାଛ, କଙ୍କଡା ଓ ଚିଙ୍ଗୁଡ଼ି ର ପେଣ୍ଠସ୍ଥଳୀ ଭାବେ ବେଶ ପରିଚିତ ! ଏମିତି ପ୍ରତିଦିନ ଶହ ଶହ ଯାନବାହାନ ଯାତାୟାତ କରିଥାନ୍ତି ଏହି ରାସ୍ତା ରେ ! ଆଉ ବହୁ ସ୍କୁଲ, କଲେଜ ର ଛାତ୍ର ଛାତ୍ରୀ ମଧ୍ୟ ଏହି ରାସ୍ତା ଦେଇ ଯା ଆସ କରିଥାନ୍ତି ! ହେଲେ ଦେଖିବାକୁ ମିଳୁଛି ଏହି ମୁଖ୍ୟ ରାସ୍ତା ଦିନକୁ ଦିନ ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଇ ଗତି କରୁଛି ! ଦିନ କୁ ଦିନ ବହୁତ ଖାଲଖମା ହେବାରେ ଲାଗିଛି, ଆଉ ବର୍ଷା ଦିନେ ଏହି ଖାଲଖମା ରେ ପାଣି ଜମା ହୋଇ ବହୁ ଦୁର୍ଘଟଣା ଘଟୁଛି ! ଯାହାଦ୍ଵାରା ଜନସାଧାରଣ ଓ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମୁଖୀନ ହେବାକୁ ପଡୁଛି ! ଯାହା ବି କେବେ କେବେ ମରାମତି ହେଉଛି ସେ ପୁଣି ଗୋଟେ ଦୁଇ ଦିନ ପାଇଁ, ତାପରେ ଯେମିତ ରାସ୍ତାକୁ ସେମିତି ହିଁ ରାସ୍ତା ରହିଯାଉଛି ! ଯାନବାହାନ ତ ଯିବାର ଦୂର କଥା ହେଲେ ଏହି ରାସ୍ତାରେ ସାଧାରଣ ଲୋକଟି ଚାଲିକି ଯିବାଟା ବହୁତ ବିପଦପୂର୍ଣ ହୋଇଯାଉଛି ! ଗଣମାଧ୍ୟମ ଏନେଇ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଙ୍କ ଠାରୁ ପଚାରି ବୁଝିବାରୁ ସେ କହିଲେ ଏହି କାମ ଆମର ନୁହେଁ , ଏହା ପିଡବଲୁଡି ର କାମ , ତାଙ୍କୁ ପଚାରନ୍ତୁ ! ଆଉ ପିଡବଲୁଡି ର ଆସିଷ୍ଟାଣ୍ଟ ଇଂଜିନିୟର ଙ୍କ ସହ ସମ୍ପର୍କ କରିବାରୁ ସେ କହିଲେ ହଁ ଚିଠି କରାଯାଇଛି କାମ ହେବ ! ହେଲେ କେବେ ଚିଠି କରାଯାଇଛି ସେ ବିଷୟ ରେ କିଛି କହିଲେ ନାହିଁ ! ଏଠି ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ଏହି ରାସ୍ତା ଖରାପ ହୋଇପଡ଼ିଛି , କେବେ କାମ ହେବ ତାହାର ସନ୍ତୋଷ ଜନକ ଉତ୍ତର ମିଳିପାରିଲା ନାହିଁ ! ଏଠାକାର ପ୍ରଶାସନ ସବୁ ନ ଦେଖିବା ଭଳି ଚୁପ ହେଇ ବସିରହିଛି ! ଏପରି ସ୍ଥଳେ ବାଲୁଗାଁ ଗୁଣ୍ଡୁରପୁର ଛକ ମୁଖ୍ୟ ରାସ୍ତା ଉପରେ ଗତ ସୋମବାର ଦିନ ସକାଳେ ସେହି ରାସ୍ତା ଦେଇ ପ୍ରାୟ ୮ ଘଟିକା ସମୟରେ ଏକ ମାଛ କଣ୍ଟେନର ଟ୍ରକ ଆନ୍ଧ୍ର ରୁ ବାଲୁଗାଁ ଅଭିମୁଖେ ଆସୁଥିଲା ବେଳେ ଗାଡିଟି ସେଠାରେ ଫସି ଯାଇଥିଲା l ଗାଡି ଫସିଯିବା ଫଳରେ ଅନ୍ୟ ଗାଡ଼ିରେ ମାଛ ଟ୍ରେ ଗୁଡିକୁ ଅନଲୋଡ କରି ଗାଡିକୁ ବହୁତ କଷ୍ଟରେ ସ୍ଥାନୀୟ ଲୋକ ମାନଙ୍କ ଦ୍ୱରା ପ୍ରାୟ ଦି ଘଣ୍ଟା ପରେ ସେଠାରୁ ବାହାର କରିଥିଲେ ! ଯାହାଫଳରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା ! କଦର୍ଯ୍ୟ ମୁଖ୍ୟ ରାସ୍ତା ହେତୁ ଗାଡିମୋଟର ଜାମ ସାଙ୍ଗକୁ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଓ ସାଧାରଣ ଲୋକେ ଭିଡ ଯୋଗୁ ଘଣ୍ଟା ଘଣ୍ଟା ଧରି ଫସି ରହିଲେ, ଆଉ ନାହିଁ ନଥିବା ଅସୁବିଧା ର ସମୁଖୀନ ହେବାକୁ ପଡିଥିଲା l ଏହି ନିମ୍ନ ମାନର କାମ ଦେଖି ଲୋକଙ୍କ ମଧ୍ୟରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଥିଲା l ଏଭଳି ଏଠାକାର ପ୍ରଶାସନ ର ମନ ଇଛା କାମ କୁ ସ୍ଥାନୀୟ ଲୋକେ ନାପସନ୍ଦ କରିବା ସହିତ ଘୋର ବିରୋଧ କରିଛନ୍ତି । ଆଉ ବାକି ରହିଲା ଏହି ରାସ୍ତା ସ୍ଥାୟୀ ଭାବରେ କେବେ କାମ ହେଉଛି ! ଏନେଇ ଜିଲ୍ଲା ପ୍ରଶାସନ ଆଉ ରାଜ୍ୟ ସରକାର ଏହି ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି !

Exit mobile version