ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଯଶୋଦା ମା ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଯାଇଛି ସ୍ବେଛାକୃତ ରକ୍ତଦାନ ଶିବିର ! ସଂଗଠନର ପ୍ରତିଷ୍ଠା ଦିବସ ଏବଂ ସମାଜସେବୀ ନିବେଦିତା ଲେଙ୍କାଙ୍କ ଜନ୍ମ ଦିବସ ଅବସରରେ ନବଜ୍ୟୋତି ମହାବିଦ୍ୟାଳୟର ମିଳିତ ପ୍ରୟାସରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ବର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ମୋ ପରିବାର ଅଧ୍ୟକ୍ଷ ତଥା ପୂର୍ବତନ ପୋଲିସ ପ୍ରଶାସକ ଅରୂପ ପଟ୍ଟନାୟକ, ଜୟ ଓଡ଼ିଶାର ପ୍ରତିଷ୍ଠାତା ରୁଦ୍ର ନାରାୟଣ ସାମନ୍ତରାୟ, ସମାଜସେବୀ ଦୂର୍ଗା ଚରଣ ସାମନ୍ତରାୟ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅଭିନେତା ଋଷି ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ରକ୍ତଦାନ ର ଉପକାରିତା ସମ୍ପର୍କରେ ସଚେତନ କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ରକ୍ତ ଦାନ ପାଇଁ ଆଗେଇ ଆସିବା ପାଇଁ ଆହ୍ୱାନ ମଧ୍ୟ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନବଜ୍ୟୋତି ମହାବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ ମହାପାତ୍ର, ସମାଜସେବୀ ସଂଯୁକ୍ତା ମହାରଣା, ଅନୁରାଧା ଦାଶ, ଶୁଭେଦିତା ରାୟ, କ୍ଷଣପ୍ରଭା ପରିଡ଼ା, ପ୍ରଭା ଷଡ଼ଙ୍ଗୀ, ସସ୍ମିତା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମିଶନ ରକ୍ତ ଦାନର ସଦସ୍ୟ ନିରଞ୍ଜନ ପଟ୍ଟନାୟକ, ବିଭୂତି ଭୂଷଣ ସାହୁ, ଟେଲିଭିଜନ ଓ ମଞ୍ଚ ଆଙ୍କର ଶୁଭଜିତ୍ ପଣ୍ଡା ଓ ମଞ୍ଚ ଅଭିନେତା ପ୍ରଫୁଲ୍ଲ କୁମାର ଲେଙ୍କା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଯଶୋଦା ମା ଫାଉଣ୍ଡେସନର ସଫଳ ଛାତ୍ର ଛାତ୍ରୀ ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ମଧ୍ୟରେ ଆକାଂକ୍ଷା ମହାପାତ୍ର, ଶ୍ରୀକାନ୍ତ ସାହୁ, ରାଜଶ୍ରୀ ପରିଡ଼ା, ଦେବାଶିଷ ପଣ୍ଡା, ରାଜେଶ ଜେନା, ଅପୂର୍ଣ୍ଣା ରାଉତ ମୁଖ୍ୟ ଆକର୍ଷଣ ଥିଲେ । ଯୁବ ସମାଜସେବୀ ପ୍ରତ୍ୟୁଷ ଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରାୟ ୩୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବ୍ଳଡ ବ୍ୟାଙ୍କ୍ ମୁଖ୍ୟ ପରାମର୍ଶଦାତା ତଥା ଅଧ୍ୟକ୍ଷ ଡଃ ଦେବାଶିଷ ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଶେଷରେ କେକ୍ କାଟି ସମାଜସେବୀ ନିବେଦିତା ଲେଙ୍କା ଜନ୍ମ ଦିନ ପାଳିବା ସହିତ ସମସ୍ତ ଛାତ୍ର ଛାତ୍ରୀ ଓ ଅତିଥି ମାନେ ମ୍ୟାଡାମଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ ।
ଯଶୋଦା ମା ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକ ଉତ୍ସବ !!!

