Site icon Awaj Media

ସିନେ ଜଗତର ବାଦଶାହ ଅଭିନେତା ବିଜୟ କୁମାର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ କୁମାର ମହାନ୍ତି ଥିଲେ ଏକାଧାରରେ ଅଭିନେତା ନାଟ୍ୟକାର ଓ ନିର୍ଦ୍ଦେଶକ । ସେ ଜୟଦେବ ପୁରସ୍କାର ଲାଭ କରିଥିଲେ । ତତ୍ ସହିତ ସେ ୬ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୨୦୨୦ରେ ସବୁଦିନ ପାଇଁ ଚାଲିଗଲେ ରୂପା ଶଗଡର ଶଗଡ଼ିଆ ହୋଇ । ଏହି କଳା କୃତିକୁ ସ୍ମରଣ କରି କଟକ ସଦର ଅନ୍ତର୍ଗତ ୪୨ ମୌଜା ପଟଣା ଗ୍ରାମର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ତରଫରୁ ବ୍ରାହ୍ମ ମୁହୂର୍ତ୍ତରେ ସଭାପତି କବୀ ସରୋଜ ନଳିନୀ ପରିଜା, ସାଧାରଣ ସମ୍ପାଦକ ବରିଷ୍ଠ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ଧର୍ମପ୍ରାଣା, ଅନନ୍ୟ ଆଦର୍ଶ ତଥା ପୂଜ୍ୟପୂଜାରେ ବ୍ରତୀ ଦମ୍ପତି ଉପସ୍ଥିତ ରହି ଶ୍ରାଦ୍ଧ ଉତ୍ସବରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Exit mobile version