Site icon Awaj Media

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ପାଣି : ବିଡିଓଙ୍କୁ ଅଟକାଇଲେ ମହିଳା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଆଣ୍ଠୁଏ ବର୍ଷା ଜଳ ଜମି ରହୁ ଥିବାରୁ ଏହାର ପ୍ରତିବାଦ କରି ବୁଧବାର ଦିନ ବ୍ରାହ୍ମଣପାଦ ମହିଳା ପଞ୍ଚାୟତ ପରିଦର୍ଶନରେ ଯାଇଥିବା ବିଡ଼ିଓ ହୃଦୟ ରଞ୍ଜନ ସାହୁଙ୍କ ଗାଡ଼ିକୁ କିଛି ମହିଳା ଅଟକାଇ ଥିଲେ। ଏହି ଘଟଣାରେ ବିଡ଼ିଓ ଶ୍ରୀ ସାହୁ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଯୋଗାଯୋଗ କରିବା ସହ ରାସ୍ତା ମରାମତି କରିବା ପାଇଁ ଅବଗତ କରିଥିଲେ। ଆସନ୍ତା ୧୫ ଦିନ ଭିତରେ ଟେଣ୍ଡର ବାହାର କରାଯିବା ସହ ରାସ୍ତା ମରାମତି କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ମହିଳା ମାନେ ବିଡ଼ିଓଙ୍କ ଗାଡ଼ିକୁ ଛାଡିଥିବା ଜଣାପଡ଼ିଛି। ଚକାପାଦ ଠାରୁ ଅଚ୍ଛାଙ୍ଗି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରାୟ ୧୨ କିମି ରାସ୍ତା ରହିଥବା ବେଳେ ଏହାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଛି। ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କରିବା ପରେ ଚକାପାଦ ଠାରୁ ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ର ଯାଏଁ ମାତ୍ର ୩ କିମି ରାସ୍ତା ମରାମତି କରାଯିବା ପରେ ଆଉ ଆଗକୁ ମରାମତି ହୋଇନାହିଁ । ଫଳରେ ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରାସ୍ତା ଖାଲଖମା ରହିଥ‌ିବା ବେଳେ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ଲେଖାଏଁ ଜଳ ଜମି ରହୁଥ‌ିବା ନେଇ ଗ୍ରାମର ଲକ୍ଷ୍ମୀ ପୃଷ୍ଟି,ଦମୟନ୍ତୀ ବେହେରା, ରିତାଞ୍ଜଳି ବେହେରା, ସୁଷମା ସାହୁ,ରମେଶ ସାହୁ ,ଓ ହିମାଞ୍ଚଳ ସାହୁ ବିଡ଼ିଓଙ୍କୁ ପୁଣି ଅବଗତ କରାଇଥିଲେ।ଏହି ଘଟଣା ପରେ ବିଡ଼ିଓ ଗ୍ରାମର ଅନ୍ୟ ସମସ୍ୟା ସମେତ ମା, ପିତାବଳି ମନ୍ଦିର, ଗ୍ରାମ୍ୟ ପୋଖରୀ ,ବିରୁପାକ୍ଷ ଉଚ୍ଚବିଦ୍ୟାଳୟ ପରିଦର୍ଶନ ସହ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ହେମକେଶ ମଳିକ ଓ ବ୍ଲକ୍ ଉପାଧ୍ୟକ୍ଷ ସୋମନାଥ ବେହେରା ସହ ମିଶି ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କ ରେ ମଧ୍ୟ ଆଲୋଚନା କରିଥିଲେ।

Exit mobile version