Site icon Awaj Media

ଅସରାଏ ବର୍ଷାରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ : ଦାମୋଦର ବିହାର ବାସୀ ହନ୍ତସନ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର କୁ ଲାଗି ଗଢି ଉଠିଥିବା ଦାମୋଦର ବିହାର ବାସୀ ଆଜି ହନ୍ତସନ୍ତ । ଅସରାଏ ବର୍ଷାରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଗାଡି କଥା ଛାଡ଼ନ୍ତୁ ଏଠି ଚାଲିଚାଲି ଯିବା ମଧ୍ୟ ସମ୍ଭବ ନୁହେଁ । ଆଣ୍ଠୁଏ ନର୍ଦ୍ଦମା ପାଣିରେ ସ୍ଥାନୀୟ ବାସିନ୍ଦା ବିଭିନ୍ନ କାର୍ଯ୍ୟରେ ତଥା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଯିବାକୁ ପଡୁଛି । ସହରକୁ ଲାଗି ରହିଥିବା ଏହି ଅଞ୍ଚଳ ଅବହେଳାର ଶିକାର ହୋଇଛି । ନା ପୌର ପରିଷଦ ନା ପଞ୍ଚାୟତ କେହି ଏହାର ଉନ୍ନତି ନିମନ୍ତେ ଚେଷ୍ଟା କରୁନାହାନ୍ତି। କିଛିଦିନ ତଳେ କେରାଣ୍ଡି ପଞ୍ଚାୟତ ପକ୍ଷରୁ ରାସ୍ତାରେ କିଛି ମୋରମ ପକାଇ ନିଜର କର୍ତ୍ତବ୍ୟ ସାରି ଦେଇଛନ୍ତି । ସେହିପରି ପଞ୍ଚାୟତ ପକ୍ଷରୁ ସିମେଣ୍ଟ ରାସ୍ତାଟିଏ ହୋଇଥିଲେ ମଧ୍ଯ ରାସ୍ତା ଖାଲ ଢିପ ହୋଇଥିବା ଯୋଗୁଁ ଅଳ୍ପ ବର୍ଷାରେ ପାଣି ଓ ଆବର୍ଜନା ଜମି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏଠାରେ ମଶା, ମାଛିଙ୍କ ଦ୍ବାରା ବର୍ଷାଦିନିଆ ରୋଗ ବ୍ଯାପିବାର ଭୟ ରହିଛି।ଏଣୁ ଦାମୋଦର ବିହାର ବାସୀ ଏହି ଅଞ୍ଚଳର ରାସ୍ତାଘାଟର ଉନ୍ନତି କରଣ, ରାସ୍ତା ଆଲୋକୀକରଣ, ବର୍ଜ୍ୟ ବସ୍ତୁ ଓ ମଇଳା ପାଣି ନିଷ୍କାସନ ଦିଗରେ ଦୃଷ୍ଟି ଦେବା ପାଇଁ ପ୍ରଶାସନକୁ ଦାବୀ କରିଛନ୍ତି ।

Exit mobile version