ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗର ବଙ୍ଗଳା ଠାରେ ଆଜି ଉତ୍କଳ ସାମ୍ବାଦିକ ସଂଘ ଗଜପତି ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସାମ୍ବାଦିକ ସଂଘ ରାଜ୍ଯ ଶାଖାର ନିର୍ଦ୍ଦେଶ କ୍ରମେ ଗଜପତି ଶାଖା ପକ୍ଷରୁ ଏହି ବୈଠକ ଆୟୋଜିତ ହୋଇଥିଲା । ଉତ୍କଳ ସାମ୍ବାଦିକ ସଂଘ ଗଜପତି ଶାଖା ସଭାପତି ବିଧାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ମାନ୍ୟବର ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଅର୍ପଣ କରାଯାଇଥିଲା । ଦୀର୍ଘ ଦିନରୁ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ରାଶି ୨ ଲକ୍ଷରୁ ଉର୍ଦ୍ଧ୍ବକୁ ବୃଦ୍ଧି କରିବାକୁ ଯେଉଁ ଦାବୀ ରହିଥିଲା ତାହାକୁ ମୂଖ୍ୟମନ୍ତ୍ରୀ ଅବିଳମ୍ବେ ୫ ଲକ୍ଷ କରି ପୂର୍ଣ୍ଣ କରିଥିବାରୁ ସଂଘ ପକ୍ଷରୁ ଅଶେଷ ଧନ୍ଯବାଦ ଅର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ ।
ଉତ୍କଳ ସାମ୍ବାଦିକ ସଂଘ ଗଜପତି ଶାଖାର ବୈଠକ !!!

