Site icon Awaj Media

ଗଜପତି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ବାର୍ଷିକ ସମ୍ମିଳନୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଏସ୍ କେ ଲଡ୍ଜ ସମ୍ମିଳନୀ କକ୍ଷରେ ସଭାପତି ରାଜେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଗଜପତି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ବାର୍ଷିକ ସମ୍ମିଳନୀ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସନ୍ତୋଷ କୁମାର ବାହାଦୂର, ଉପ ସଭାପତି ମଧୁ ପୋଲାକି, ସହ ସମ୍ପାଦକ ରବି କୁମାର ପାତ୍ର, କୋଷାଧ୍ୟକ୍ଷ ମନୋଜ ପଣ୍ଡା ଓ ରାଜ୍ୟ ସଂଯୋଜକ ନୃସିଂହ ଚରଣ ମିଶ୍ର ଓ କେ ବାଳକ୍ରିଷ୍ନା ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ସମସ୍ତ ସାତ ଗୋଟି ବ୍ଳକର ସମସ୍ତ ପଞ୍ଚାୟତ ନିବାହୀ ଅଧିକାରୀ ଯୋଗ ଦେଇଥିଲେ । ବୈଠକରେ ସଂଘର ଆଗାମୀ ରଣନୀତି ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବହୁ ସଂଖ୍ୟକ ସଭ୍ୟ ସଂଘକୁ ସୃଦୃଢ଼ କରିବା ସହ ସରକାରଙ୍କ ନିକଟରେ ନ୍ଯାଯ୍ଯ ଦାବି ଯଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରି ସର୍ତ୍ତାବଳୀରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବଦଳରେ ଯୁକ୍ତ ତିନିକୁ ପରିବର୍ତ୍ତନ କରାଯିବା ସହ ଦରମାରେ ଥିବା ଅସଙ୍ଗତି ଦୂର କରିବା ପାଇଁ ଦାବି କରିଥିଲେ । ଏଥି ସହିତ ସମ୍ପାଦକ ପଦବୀରୁ ପଦୋନ୍ନତି ପାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟକରି ଅବସର ନେଇଥିବା ବ୍ୟକ୍ତିମାନଙ୍କୁ ପେନସନ ପ୍ରଦାନ, ପଞ୍ଚାୟତ ରାଜ ବିଭାଗର କ୍ୟାଡରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ କ୍ୟାଡରଭୁକ୍ତ କରିବା ଦାବିଗୁଡିକୁ ବୈଠକରେ ଆଲୋଚନା କରାଯାଇଥିଲା । ରାଜ୍ୟ ସଂଘର ଆହ୍ବାନ କ୍ରମେ ଆଗାମୀ ଦିନରେ ଆନ୍ଦୋଳନ ନିମନ୍ତେ ସମସ୍ତ ସଭ୍ୟ / ସଭ୍ୟା ପ୍ରସ୍ତୁତ ରହିବା ପାଇଁ ସଭାପତିଙ୍କ ପ୍ରସ୍ତାବକୁ ସମସ୍ତେ ସ୍ବୀକାର କରିଥିଲେ । ଏହି ଅବସରରେ ସଂଘ କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଯାଇଥିବାରୁ ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ବୈଠକରେ ଆହ୍ୱାନ କରାଯାଇଥିଲା । କିନ୍ତୁ ଉପସ୍ଥିତ ସମସ୍ତ ସଭ୍ୟ / ସଭ୍ୟା ପୂର୍ବରୁ ଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ ପୁନର୍ବାର ଚୟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ପଟ୍ଟନାୟକ, କେ ମୂରଲୀ, ରାସ ବିହାରି ପାତ୍ର , ଶ୍ୟାମସୁନ୍ଦର ରେଡ୍ଡୀ, ସନ୍ତୋଷ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ସନ୍ତୋଷ ବାହାଦୂର ଧନ୍ୟବାଦ ଅର୍ପଣ କରିଥିଲେ ।

 

Exit mobile version