Site icon Awaj Media

ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟ ର ହୀରକ ଜୟନ୍ତୀ ସମାରୋହ : ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପଞ୍ଚସଖା ମଧ୍ୟରୁ ଅନ୍ୟତମ ବାଣପୁରର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ର ! ତାଙ୍କରି ନାମରେ ନାମିତ ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ବର୍ଷ ପୂର୍ତ୍ତି ଓ ସ୍ବର୍ଗତ ମିଶ୍ରଙ୍କ ୬୭ ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ମହା ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ, ପରିଚାଳନା ସମିତି ଓ କର୍ମଚାରୀ ଙ୍କ ମିଳିତ ସହଯୋଗ ରେ ମହାବିଦ୍ୟାଳୟ ପରିସରରେ ହୀରକ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି ! ଏହି ଅବସରରେ ପୁରାତନ ଛାତ୍ର ସଂଘର ସଭାପତି ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ ଙ୍କ ସଭାପତିତ୍ଵରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା !

ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ମହା ବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ମହା ବିଦ୍ୟାଳୟର ସଭାପତି ବିଜୟା ବନ୍ଧନା ରାଉତରାୟ, ଅବସର ପ୍ରାପ୍ତ ଭାରତୀୟ ବନସେବା ଅଧିକାରୀ ଆଶୁତୋଷ ସାମନ୍ତସିଂହାର, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ପୁରାତନ ଛାତ୍ର ସଙ୍ଗର କାର୍ଯ୍ୟକାରି ସଭାପତି ନୃସିଂହ ଚରଣ ପ୍ରଧାନ, ପୁରାତନ ଛାତ୍ର ସଂଘର ସହ ସମ୍ପାଦକ ସର୍ବେଶ୍ଵର ଷଡ଼ଙ୍ଗୀ, ମହାବିଦ୍ୟାଳୟ ଅଧ୍ୟାପିକା ସୁଜାତା ମିଶ୍ର , ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ପୁରାତନ ଛାତ୍ର ସଂଘର ସହ ସମ୍ପାଦକ ମହେଶ୍ୱର ଜେନା ଯୋଗଦେଇ ଶିକ୍ଷା ଓ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Exit mobile version