Site icon Awaj Media

ଦୁବାଇ ରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ : ଏକ ସପ୍ତାହ ପରେ ନିଜ ଘରକୁ ଫେରିଲା ମର ଶରୀର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଜଗନାଥପୁର ଗ୍ରାମର ସୁଦର୍ଶନ ଦଣ୍ଡସେଣା ଙ୍କ ପୁଅ ସୁମନ ଦଣ୍ଡସେଣା (୨୪) ଘରର କରଜ ଶୁଝିବା ନିମନ୍ତେ ଅଧିକ ରୋଜଗାର ଆଶାରେ ଜଣେ ଶ୍ରମିକ ଭାବେ କାମ କରିବାକୁ ଚଳିତ ବର୍ଷ ଫ୍ରେବୁଆରି ମାସରେ ସୁଦୂର ଦୁବାଇ ଗଲ୍ଫ ଏସିଆ କମାନୀରେ କାମ କରିବାକୁ ମୁମ୍ବାଇ ଓଏମଜୀ ଏଜେନସି ମାଧ୍ୟମରେ ଯାଇଥିଲେ ! ତେବେ ସେଠାରେ ଚଳିତ ମାସ ୨୦ ତାରିଖ ଗୁରୁବାର ଦିନ ସୁମନ ର ମୃତ୍ୟୁ ଘଟିଛି ବୋଲି ଶୁକ୍ରବାର ସନ୍ଧ୍ୟାରେ ଦୁବାଇ ରୁ ତାଙ୍କ ଘରକୁ ଖବର ଆସିଥିଲା ! ଘରର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ଆଜି ଦୁବାଇରୁ ବିମାନ ଯୋଗେ ବିଶାଖାପାଟନାମ ବିମାନ ବନ୍ଦର ପହଞ୍ଚିଥିଲା ମର ଶରୀର ! ସେଠାରୁ ଆମ୍ବୁଲାନ୍ସ ଯୋଗେ ରାତି ୮.୩୦ ମିନିଟ ସମୟରେ ସୁମନର ମରଶରୀର ବାଣପୁର ନିଜ ବାସଭବନ ରେ ପହଞ୍ଚିଲା ପରେ ଏକ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଶବ ସଂସ୍କାର କରାଯାଇଥିଲା । ତାଙ୍କ ପରିବାର ଲୋକେ କହିବା ମୁତାବକ ସାତଦିନ ତଳେ ସୁମନର ସେଠାରେ କିପରି ମୃତ୍ୟୁ ହେଲା ତାହା କମ୍ପାନୀ ଆମକୁ ଜଣାଇନଥିଲା ! କିନ୍ତୁ ଆମ ପାଖକୁ ଶୁକ୍ରବାର ରାତିରେ ଖବର ଆସିଥିଲା ସୁମନର ମୃତ୍ୟୁ ହୋଇଛି ! ଆମେ ଗରିବ , ଆମର ରୋଜଗାରିଆ ପୁଅର କିପରି ମୃତ୍ୟୁ ହେଲା ତାହା ଆମକୁ ଜଣାନାହିଁ । ଓଡ଼ିଶା ସରକାରଙ୍କ ମାଧ୍ୟମରେ ଦୁବାଇ ରେ ଥିବା ଭାରତ ଏମ୍ବାସି ସହଯୋଗରେ ଗଲ୍ଫ ଏସିଆ କମ୍ପାନୀ ଠାରୁ ଆମକୁ କିଛି ସାହାଯ୍ୟ କଲେ ଆମେ ବିଶେଷ ଉପକୃତ ହେବୁ ବୋଲି ସୁମନର ପରିବାର କହିଛନ୍ତି l

Exit mobile version