Site icon Awaj Media

ନାଚୁଣୀ ମହାବିଦ୍ୟାଳୟ ପରିସରରେ “ସ୍ୱଚ୍ଛତା ପଖୱାଡ଼ା” କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନସ୍ଥ ନାଚୁଣୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ଅଧ୍ୟକ୍ଷ ନାରାୟଣ ବଳିଆରସିଂ ଙ୍କ ଆବାହକତ୍ୱରେ ଏବଂ ଜାତୀୟ ସେବା ଯୋଜନା ର ପ୍ରୋଗ୍ରାମ ଅଫିସର ଜଗନ୍ନାଥ ଆଚାର୍ଯ୍ୟ ଙ୍କ ନେତୃତ୍ଵ ରେ “ସ୍ୱଚ୍ଛତା ପଖୱାଡ଼ା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜାତୀୟ ସେବା ଯୋଜନା ର ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସର କୁ ସଫା କରାଯାଇଥିଲା । ଆଗକୁ ପ୍ରୋଗ୍ରାମ ଅଫିସର ଙ୍କ ମତାମତ ଅନୁଯାୟୀ ଜାତୀୟ ସେବା ଯୋଜନା ମହାବିଦ୍ୟାଳୟ ୟୁନିଟ ତରଫ ରୁ ନୂତନ ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତା ରେ ଏହିପରି ଜୋରଦାର କାର୍ଯ୍ୟକ୍ରମ ଚାଲିବା ସହ ବିଭିନ୍ନ ପ୍ରକାର କ୍ୟାମ୍ପ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଶାତୀତ ସାହୁ , ହିରଲ ପ୍ରଧାନ ,ଶୁଭମ୍ ତ୍ରିପାଠୀ, ସୋନାଲି ମାଟି , କାଦମ୍ବିନୀ ଷଡ଼ଙ୍ଗୀ , ସନ୍ତୋଷ ବେହେରା , ମଧୁସ୍ମିତା ବିଶ୍ଵାଳ , ରୋହିତ ବେହେରା , ଚିତ୍ତରଞ୍ଜନ ମହାକୁଡ଼ ,ତ୍ରିଲୋଚନ ସାହୁ ଇତ୍ୟାଦି ଯୋଗ ଦେଇଥିଲେ ।

Exit mobile version