ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଖବର ପ୍ରସାରଣ ପରେ ତତ୍ପର ହୋଇ ଉଠିଲେ ଜନ ପ୍ରତିନିଧି ! ଗ୍ରାମ୍ୟ ରାସ୍ତାରେ ପାଣି ଜମୁଥିବା ସ୍ଥାନରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କଲେ ସରପଞ୍ଚ ! ଲୋକଙ୍କ ସମସ୍ୟା ସଂପର୍କରେ ସର୍ବ ପ୍ରଥମେ ଆୱାଜ ମିଡିଆର ଡମପଡା ପ୍ରତିନିଧି ତଥା ଯୁବ ସମାଜସେବୀ ସୁବ୍ରତ କୁମାର ନାୟକ ଖବର ପ୍ରସାରଣ କରି ବିଲିପଡା ଗ୍ରାମ୍ୟ ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନର ଦୃଷ୍ଟିଗୋଚର କରିଥିଲେ । ଡିଜିଟାଲ ମିଡିଆ ଓ ପୋର୍ଟାଲରେ ଖବର ପ୍ରସାରଣ ପରେ ବିଲିପଡା ପଞ୍ଚାୟତ ତରଫରୁ ସରପଞ୍ଚଙ୍କ ଉଦ୍ୟମରେ ଜେସିବି ଦ୍ୱାରା ରାସ୍ତା କଡ ଖୋଳାଯାଇ ପିଭିସି ପାଇପ ମାଧ୍ୟମରେ ପାଖରେ ଥିବା ଏକ ଜଳାଶୟକୁ ପାଣି ନିଷ୍କାସନ କରାଯାଇଛି । ବର୍ତ୍ତମାନ ସମୟରେ ରାସ୍ତାରେ ଆଉ ପାଣି ଜମି ରହିବ ନାହିଁ । ଦେଖାଯାଉ ଗ୍ରାମ୍ୟ ଉନ୍ନୟନ ବିଭାଗ କେବେ ରାସ୍ତା କାମ କରୁଛି । ତେବେ ରାସ୍ତାର ଅବସ୍ଥା ସୁଧୁରିବା ପରେ ଗ୍ରାମବାସୀ ତଥା ଦୈନନ୍ଦିନ ଯାତାୟତ କରୁଥିବା ଲୋକ ମାନଙ୍କ ତରଫରୁ ସରପଞ୍ଚ ଓ ଆୱାଜ ମିଡିଆକୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଚ୍ୟାନେଲ ର ସାମାଜିକ ଗଣମାଧ୍ୟମରେ ପ୍ରୋଫାଇଲ ରେ ଥିବା ଧାଡି ନିଶ୍ଚିତ ସତ ହୋଇଛି – କେବଳ ଖବର ର ପ୍ରସାରଣ ନୂହେଁ ବରଂ ସମସ୍ୟାର ସମାଧାନ ପର୍ଯ୍ୟନ୍ତ ପ୍ରୟାସ !
ଖବର ପ୍ରସାରଣ ପରେ ସୁଧୁରିଲା ଗ୍ରାମ୍ୟ ରାସ୍ତା ସମସ୍ୟା !!!

