Site icon Awaj Media

ପ୍ରଶାନ୍ତ ଜଗଦେବ ସମର୍ଥକ ଙ୍କ ଶକ୍ତି ପ୍ରଦର୍ଶନ ବାତିଲ !!!                                 

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ସାମନା ରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପି ସମର୍ଥକ ଙ୍କ ଉପରେ ଗାଡି ଚଢ଼ାଇ ମାରିବା ଉଦ୍ୟମ ଘଟଣା ଏବଂ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ରେ ଲହୁ ଲୁହାଣ ଘଟଣା ରାଜ୍ୟରେ ବହୁ ଚର୍ଚ୍ଚିତ ହୋଇ ନିନ୍ଦନୀୟ ଘଟଣା ରୂପେ ଶିରୋନାମା ରେ ରହିଥିବା ବେଳେ ବିଜେଡି ଦଳ ନିଜ ଭାବମୂର୍ତ୍ତି କୁ ବଞ୍ଚାଇବା ପାଇଁ ଉଗ୍ର ବାହୁବଳୀ ବିଧାୟକ ଙ୍କୁ ଦଳ ର ସୁପ୍ରିମୋ ଙ୍କ ନିର୍ଦେଶ ରେ ଦଳ ରୁ ନିଲମ୍ବନ କରିଥିଲେ ! ମାନ୍ୟବର ଉଚ୍ଚ ନ୍ୟାୟାଳୟ ବିଧାୟକ ଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀ ରେ ପ୍ରବେଶ ଉପରେ ଏକ ବର୍ଷ ପାଇଁ ରୋକ ଲଗାଇଥିଲେ ! ତାଙ୍କର ଅନୁପସ୍ଥିତି ର ସୁଯୋଗ ରେ ଚିଲିକା ରେ ତାଙ୍କ ର ବିରୋଧୀ ତଥା ପୂର୍ବତନ ବିଧାୟକ ରଘୁନାଥ ସାହୁ, ବର୍ତମାନ ର ବାଣପୁର ଏନ ଏ ସି ଅଧକ୍ଷ ମିଟୁ ନାୟକ ସକ୍ରିୟ ହୋଇ ବିଜେଡି ର ମଙ୍ଗ ସମ୍ଭାଳିବାକୁ ଆପ୍ରାଣ ଉଦ୍ୟମ କରି ବିଜେଡି ସଂଗଠନ ମଧ୍ୟରେ ନିଜ ନିଜ ର ପତିଆରା ବୃଦ୍ଧି କରି ସୁପ୍ରିମୋ ଙ୍କ ସୁନଜର ରେ ରହିଥିଲେ ! ତେବେ ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶ ମତେ ଶ୍ରୀ ଜଗଦେବ ଚିଲିକା ନିର୍ବାଚନ ମଣ୍ଡଳୀ ସୀମା ମଧ୍ୟ କୁ ନଯାଇପାରି ଚିଲିକା ରେ ନିଜର ଭବିଷ୍ୟତ କୁ ଦୃଷ୍ଟି ରେ ରଖି ନିଜ ର ଧର୍ମ ପତ୍ନୀ ସ୍ଵାଗତିକା ଜଗଦେବ ଙ୍କୁ ଦଳୀୟ ସଂଗଠନ ରେ ଆଗକୁ ଆଣି ସୁପ୍ରିମୋ ଙ୍କ ହୃଦୟ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ! ଜଗଦେବ ନିଜ ବଡ ପୋଖରୀଆ ଓ ଭୁବନେଶ୍ୱର ସ୍ଥିତ ବାସଭବନ ରେ ତାଙ୍କ ସମର୍ଥକ ମାନଙ୍କୁ ନେଇ ରିମୋଟ ମାଧ୍ୟମରେ ଚିଲିକା ବିଜେଡି କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିବା ବେଳେ ସେଥିରେ ସେ ବିଫଳ ହୋଇଥିଲେ ! ଏଣୁ ଉଚ୍ଚ ନ୍ୟାୟାଳୟ ର ସମୟ ସୀମା କୁ ବ୍ୟାକୁଳ ଭାବେ ଅପେକ୍ଷା କରି ସମୟ ସୀମା ପରେ ଚିଲିକା ରେ ଶକ୍ତି ପ୍ରଦର୍ଶନ ପାଇଁ ବ୍ୟାକୁଳ ରହିଥିଲେ ! ଚଳିତ ମାସ ୨୩ ତାରିଖ ରେ କୋର୍ଟ ର କଣ୍ଟ ପୁରୁଥିବାରୁ ୨୮ ତାରିଖ ଦିନ ନିଜର ଶକ୍ତି ପ୍ରଦର୍ଶନ ପାଇଁ ନିଜ ସମର୍ଥକ ଙ୍କ ସହିତ ବାଲୁଗାଁ ମାମୁଁ ଭଣଜା ପାହାଡ଼ ଠାରୁ ଏକ ବିରାଟ ମୋଟର ସାଇକଲ ରେ ଏକ ରୋଡ଼ ସୋ ରାଲି ବାହାରି ବାଣପୁର ମା ଭଗବତୀ ପର୍ଯ୍ୟନ୍ତ ଓ ତା ପରେ ପଲଟଣ ପଡିଆ ପର୍ଯ୍ୟନ୍ତ ଯିବାପାଇଁ ଯେଉଁ ଯୋଜନା ହୋଇଥିଲା ତାହା ଫସର ଫାଟି ଯାଇଛି l ଆଉ କରିପାରିବେ ନାହିଁ କୌଣସି ରାଲି l ଦଳର ବିଶୃଙ୍ଖଳା ତାଙ୍କ ପାଇଁ ପଡିଛି ମହାଙ୍ଗା l

 

Exit mobile version