ବୈତରଣୀ ରୋଡ ରେଳ ଷ୍ଟେସନ ନିକଟରୁ ଅଜଣା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ସ୍ୱେଚ୍ଛାସେବୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବୈତରଣୀ ରୋଡ ରେଳ ଷ୍ଟେସନ ନିକଟରୁ ଅଜଣା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ସ୍ୱେଚ୍ଛାସେବୀ ! ପାଣିକୋଇଲି ଥାନା ଅନ୍ତର୍ଗତ ବୈତରଣୀ ରୋଡ ରେଳ ଷ୍ଟେସନ ନିକଟରୁ ଅଜଣା ଯୁବକଙ୍କୁ ସଂଜ୍ଞାହୀନ ଓ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ୱେଚ୍ଛାସେବୀ ମାନେ ମେଡିକାଲ ପଠାଇଥିବା ଜଣାପଡିଛି । ସୂଚନା ଅନୁସାରେ ଜଣେ ଅଜଣା ଯୁବକ ବାଲେଶ୍ୱରରୁ ଟ୍ରେନ ଯୋଗେ ବୈତରଣୀ ରୋଡ ଷ୍ଟେସନକୁ ଆସିଥିବା ସ୍ଥାନୀୟ ଲୋକେ ଅନୁମାନ କରୁଥିବା ଜଣାଯାଇଛି । ପରେ ଷ୍ଟେସନର ଅନତି ଦୂରରେ ଟ୍ରେନ ଲାଇନ୍ କଡ଼ରେ ସେ ରକ୍ତାକ୍ତ ଅବସ୍ତାରେ ପଡ଼ି ରହିଥିଲେ । ଦେହ ସାରା କଟା ଦାଗ ମଧ୍ୟ ରହିଛି । ଅମୃତିଆ ଗ୍ରାମର କିଛି ଯୁବକ ସେ ରାସ୍ତା ଦେଇ ଯିବା ସମୟରେ ଏଭଳି ଘଟଣା ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ପାଣିକୋଇଲି ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆମେ ଆପଣଙ୍କ ପାଇଁ ହେଲପିଂ ଗ୍ରୁପ୍ କୁ ଖବର ଦେଇଥିଲେ । ଗ୍ରୁପ୍ ର ସମସ୍ତ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଉକ୍ତ ଯୁବକଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏ ପର୍ଯ୍ୟନ୍ତ ଉକ୍ତ ଯୁବକଙ୍କ କୌଣସି ପରିଚୟ ମିଳି ପାରିନାହିଁ । ଉକ୍ତ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *