Site icon Awaj Media

ନୟାଗଡ ଟାଉନ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଟାଉନ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ ଯୋଗ ଦେଇଥିଲେ । ଟାଉନ ଥାନା ଅଧିକାରୀ ଦିଗବିଜୟୀ ବିଶ୍ୱାଳ ମିଳି ମିଶି କାମ କଲେ ଶାନ୍ତି ବଜାୟ ରହିବ ବୋଲି କହିଛନ୍ତି । ନୟାଗଡ ସହରରେ ଚୋରା ମଦ ବ୍ୟବସାୟ ରୋକ ଉପରେ ଗୁରୁତ୍ୱ ଦେଇଛନ୍ତି , ଅସାମାଜିକ ଙ୍କୁ ସାବାଡ କରିବା ପାଇଁ ସେମାନଙ୍କ ଆଡା ସ୍ଥଳୀ ରେ ଚଢ଼ାଉ କରାଯିବ, ଚୋରି ଡକାୟତି ରୋକିବା ପାଇଁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କୁ କଡାକଡି କରାଯିବ ବୋଲି ଆଲୋଚନା ହୋଇଛି । ପୌର ପରିଷଦ ଅଧ୍ୟକ୍ଷା ପୋଲିସ କ୍ରିୟାଶୀଳ ହେବାକୁ ପରାମର୍ଶ ଦେଇଛନ୍ତି । ଥାନାକୁ ଆସୁଥିବା ପ୍ରତ୍ୟକ ଅଭିଯୋଗ କୁ ନେଇ ମାମଲା ରୁଜୁ କରାଯିବା ଉପରେ ଆଲୋଚନା ହୋଇଛି । ଏହି ବୈଠକ ରେ ଟାଉନ ଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ, ଏସଆଇ ସିମାଞ୍ଚଳ ନାୟକ ଙ୍କ ସମେତ ସମସ୍ତ କାଉନସିଲର, ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହିଥିଲେ ।

Exit mobile version