Site icon Awaj Media

ନୟାଗଡ଼ ‘ସେତୁବନ୍ଧ’ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ମୌସୁମୀ ସାହିତ୍ୟ ଆସର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ସ୍ଥିତ ‘ସେତୁବନ୍ଧ’ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ମୌସୁମୀ ସାହିତ୍ୟ ଆସର ଏବଂ ଆଲୋଚନା ଚକ୍ର ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ସାହିତ୍ୟ ଦ୍ୱାରା ସମାଜରେ ପରିବର୍ତ୍ତନ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସତ୍ୟକଥା ଲେଖୁଥିବା କିମ୍ବା କହୁଥିବା ବ୍ୟକ୍ତି ବର୍ତ୍ତମାନ ଆକ୍ରୋଶର ଶିକାର ହେବା ସହିତ ସାମ୍ପ୍ରତିକ ସମାଜରେ ଅଧିକାଂଶ ବ୍ୟକ୍ତି ଭୟଭୀତ ଅବସ୍ଥାରେ ରହୁଥିବା ଉଲ୍ଲେଖ କରିଥିଲେ । ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ପୌରହତ୍ୟରେ ଆୟୋଜିତ ଏହି ସାହିତ୍ୟ ଆସରରେ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ ନାୟକ ପ୍ରମୁଖ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଦେବାହୂତି ପଟ୍ଟନାୟକ ଯୋଗଦାନ କରି ସାମ୍ପ୍ରତିକ ସମାଜରେ ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ସେତୁବନ୍ଧ ସମ୍ପାଦିକା ଉଷାମଣି ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ଡ.ଗୀତାଶ୍ରୀ ପ୍ରିୟମ୍ବଦା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ସାହିତ୍ୟିକ ଗଦାଧର ନନ୍ଦଙ୍କ ରଚିତ ଗଳ୍ପ ପୁସ୍ତକ ‘ଅଙ୍କ’ ଏବଂ ଏବଂ କୁଳମଣି ବେହେରାଙ୍କ ମା’ଭୂଇଁଆଣୀ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ବେଳେ କବି ଅଶୋକ ମଲ୍ଲ ଏବଂ ଶିତୁପ୍ରକାଶ ରଥଙ୍କ ଦ୍ୱାରା ଉଭୟ ପୁସ୍ତକର ସମୀକ୍ଷା କରାଯାଇଥିଲା । ପରବର୍ତ୍ତି ସମୟରେ ବିଷ୍ଣୁପ୍ରସାଦ ମିଶ୍ର, ଲକ୍ଷ୍ମୀଧର ସାହୁ, ଶିତୁପ୍ରକାଶ ରଥ, ଲିଲିମା ସାହୁ, ସନ୍ତୋଷ କୁମାର ଷଡ଼ଙ୍ଗୀ ପ୍ରମୁଖଙ୍କୁ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ୬୦ରୁ ଉର୍ଦ୍ଧ୍ୱ କବି ସେମାନଙ୍କ ସ୍ୱରଚିତ କବିତା କବିତା ପାଠ କରିଥିବା ବେଳେ ଯଜ୍ଞଦତ୍ତ ରଥ ଏବଂ ନିଳୀମା ନନ୍ଦ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ ।

Exit mobile version