Site icon Awaj Media

କନ୍ଧମାଳ ଜିଲ୍ଲା ସ୍ତରୀୟ ଘରୋଇ ବସ ମାଲିକ ସଙ୍ଘର ମିଳିତ ଅଧିବେଶନ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଜୁଲାଇ ୨୬ ତାରିଖ ଦିନ ଭୁବନେଶ୍ୱର ଠାରେ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ଅନୁଷ୍ଠିତ ବୈଠକ ରେ ନିଷ୍ପତି କୁ କାର୍ଯ୍ୟକାରୀ କରିବା ସହ ସମର୍ଥନ ଜଣାଇବା ପାଇଁ ଟିକାବାଲି ସଙ୍ଘ ର ସହଯୋଗ ରେ କଳିଙ୍ଗା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଘରୋଇ ବସ ମାଲିକ ସଙ୍ଘ ତଥା କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଗଞ୍ଜାମ ଜିଲ୍ଲା ର ଭଞ୍ଜନଗର, ଆସିକା, ବ୍ରହ୍ମପୁର କୁ ନେଇ ଗଠିତ ରାଜ୍ୟସ୍ତରୀୟ ଘରୋଇ ବସ ମାଲିକ ସଙ୍ଘ କୁ ପ୍ରତିନିଧିତ୍ୱ କରୁଥିବା ଜୋନ ନମ୍ବର ୪ ର ସମସ୍ତ କର୍ମକର୍ତା ଓ ସଦସ୍ୟ ମାନଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି l

ଏହି ବୈଠକ ରେ ରାଜ୍ୟ ସରକାର ଙ୍କ ଘରୋଇ କରଣ ପ୍ରୀତି ଦ୍ୱାରା ପ୍ରଲୋଭିତ ହୋଇ ରାଜ୍ୟର ବଡ଼ ବଡ଼ ସହର ରେ ରାଜ୍ୟ ବାହାରୁ ଆସି ମୋ ବସ ସେବା ଜରିଆରେ ବସ ଯାତ୍ରୀ ଙ୍କୁ ଯେପରି ଶୋଷଣ କରି ନିମ୍ନ ମାନର ସେବା ପରି ରାଜ୍ୟର ବିଭିନ୍ନ ଜିଲ୍ଲା ରେ ଲଷ୍ମୀ ଯୋଜନା ମାଧ୍ୟମରେ ବିଭିନ୍ନ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ କୁ ମହାରାଷ୍ଟ୍ର ରୁ ଆସିଥିବା ଘରୋଇ କମ୍ପାନୀ କୁ ଲଷ୍ମୀ ବସ ସେବା ମାଧ୍ୟମରେ ଜନସାଧାରଣ ଏବଂ ଯାତ୍ରୀ ମାନଙ୍କୁ ଆର୍ଥିକ ଶୋଷଣ କରିବା ପାଇଁ ଯେଉଁ ଯୋଜନା କୁ ସଫଳ କରିବା ପାଇଁ ହୀନ ରାଜନୈତିକ ଉଦେଶ୍ୟ ରଖି ଆଗଭର ହେଉଛନ୍ତି ତାହାକୁ ପ୍ରତିହିତ କରିବା ପାଇଁ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଈଁ ବୈଠକ ରେ ସରକାର ଙ୍କୁ ଅନୁରୋଧ ପୂର୍ବକ ଚେତାବନୀ ଦିଆଯାଇଥିବା ନିଷ୍ପତି କୁ ରାଜ୍ୟ ସଙ୍ଘ କୁ ପତ୍ର ମାଧ୍ୟମରେ ଜଣାଇ ଦିଆଗଲା l ରାଜ୍ୟ ସରକାର ଙ୍କ ଏହି ନୀତି ଯୋଗୁଁ ରାଜ୍ୟ ରେ ଘରୋଇ ବସ ବ୍ୟବସାୟ କରୁଥିବା ବ୍ୟବସାୟୀ ଏବଂ ଏହି ବ୍ୟବସାୟ ରୁ ବଞ୍ଚୁଥିବା କର୍ମଚାରୀ ଙ୍କ ପରିବାର ର ଜୀବନ ଜୀବିକା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ l ସରକାର ଯଦି ଏହି ଯୋଜନା କୁ ବନ୍ଦ ନ କରନ୍ତି, ତେବେ ଆଗାମୀ ୧୬ ତାରିଖ ସକାଳୁ ବସ ମାଲିକ ଓ କର୍ମଚାରୀ ନିଜର ବ୍ୟବସାୟ ଏବଂ କର୍ମ କୁ ବନ୍ଦ ରଖିବା ପାଇଁ ବାଧ୍ୟ ହେବୁ ବୋଲି ଏହି ବୈଠକରେ ନିଷ୍ପତି ନିଆଯାଇଛି l ବୈଠକ ଶେଷରେ ଟିକାବାଲି ସଙ୍ଘ ର ସମସ୍ତ କର୍ମକର୍ତା ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇ ସଭାପତି ଅକ୍ଷୟ ପ୍ରଧାନ ସଭା ଟିକୁ ସାଙ୍ଗ ଘୋଷଣା କରିଥିଲେ l

Exit mobile version