Site icon Awaj Media

ଖୋଲିଲା ବାଣପୁର ମା’ଭଗବତୀଙ୍କ ଭିତର ହୁଣ୍ଡି : ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମନ୍ଦିରର ଉନ୍ନତି କାର୍ଯ୍ୟରେ ଲାଗିବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ଯା ଦେବୀ ମା’ ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଖୋଲା ଯାଇଛି । ଦିବା ୧୦ ଘଟିକା ସମୟରେ ମନ୍ଦିର ଟ୍ରଷ୍ଟବୋର୍ଡ଼ ର ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଟ୍ରଷ୍ଟର ସଦସ୍ୟ ସ୍ଥାନୀୟ ଥାନା ଭାରପ୍ରାପ୍ତ ନିରୀକ୍ଷକ ରମେଶ କୁମାର ଦେବତା, ଏଣ୍ଡାଓମେଣ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ପୂଜକ ସାଆନ୍ତ ପରିଚ୍ଛା ବିନାୟକ ମହାପାତ୍ର, ପାଳିଆମାଳି ଭାସ୍କର ଚନ୍ଦ୍ରନାୟକଙ୍କ ସହିତ ମନ୍ଦିର କର୍ମଚାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଆଶ୍ଵିନୀ ମିଶ୍ର, କମଳମିଶ୍ର ପ୍ରମୁଖ ମା’ଙ୍କ ପାଖରେ ସମର୍ପିତ ହୋଇ ଭିତର କାଠ ପାଖ ହୁଣ୍ଡିକୁ ଖୋଲିଥିଲେ । ଏଥିରୁ ସର୍ବମୋଟ ଟ ୧ , ୧୧,୦୫୦ ଙ୍କା ( ଏକ ଲକ୍ଷ ଏଗାର ହଜାର ପଚାଶ ଟଙ୍କା ) ମାତ୍ର ସଂଗୃହିତ ହୋଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଥିବା ମନ୍ଦିର ଜମାଖାତାରେ ଜମା କରାଯାଇଥିଲା । ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମନ୍ଦିର ଉନ୍ନତି କାର୍ଯ୍ୟରେ ଲାଗିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦାସଙ୍କଠାରୁ ପ୍ରକାଶ ।

Exit mobile version