Site icon Awaj Media

ବାଘମାରୀ ଶିଶୁ ମନ୍ଦିରରେ ବନମହୋତ୍ସବ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ଗ୍ରାମର ସରସ୍ବତୀ ଶିଶୁମନ୍ଦିରରେ ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧିଙ୍କ ପୌରହିତ୍ୟରେ ଏକ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ସମାଜ ଏବଂ ପରିବେଶ ପାଇଁ ବୃକ୍ଷ ରୋପଣ ନିତ୍ୟାନ୍ତ ଆବଶ୍ୟକ l ଯାହାକୁ ଶ୍ରୀ ସୁବୁଦ୍ଧି ଛୋଟ ଛୋଟ ପିଲାମାନଙ୍କୁ ବୁଝାଇବା ସହିତ, ଗୋଟିଏ ଗଛକୁ ପାଳିବା, ଏକ ମନୁଷ୍ୟ ସନ୍ତାନକୁ ପାଳିବା ଠାରୁ କିଛି କମ ନୁହେଁ ବୋଲି ସମିତି ସଭ୍ୟା ଶ୍ରୀମତୀ ନବନିତା ମହାନ୍ତି ପିଲାମାନଙ୍କୁ ବୁଝାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରସନ୍ନ କୁମାର କହଳସିଂହ, ପ୍ରଧାନ ଆଚାର୍ଯ୍ୟ ମୋନାଲିସା ରାଉତରାୟ, ଚକ୍ରଧର ପାଇକରାୟ, ଅନୁଷ୍ଠାନର ପ୍ରତିଷ୍ଠାତା ଶଶୀଭୁଷଣ ରଥ, ସାମ୍ବାଦିକ ଶରତ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ରହି ଗୋଟିଏ ଗୋଟେଏ ବୃକ୍ଷ ରୋପଣ ସହିତ, ଅନେକ ଉପାଦେୟ ବୃକ୍ଷ ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ l

Exit mobile version