Site icon Awaj Media

ରୋଟାରୀ କ୍ଲବ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି । କ୍ଲବ ସଭାପତି ଅବଦୁଲ ଆରିଫ ଖାନ୍‌ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ସାହୁ , ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଅନ୍ୟତମ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ । ରୋଟାରୀ କ୍ଲବ ସଂପାଦକ ଶ୍ରୀଧର ସାହୁ ସଂପାଦକୀୟ ବିବରଣୀ ପାଠ କରିବା ସହ ସ୍ବାଗତ ଅଭିଭାଷଣ ରଖିଥିଲେ । ଓଡ଼ିଆ ସାମ୍ବାଦିକତା ଦିବସ ଉପରେ ସାମ୍ବାଦିକ ଗୋକୁଳ ଷଡ଼ଙ୍ଗୀ, ବୈଦ୍ୟ ଭୂଷଣ ମହାପାତ୍ର , ନିର୍ମଳ ଚନ୍ଦ୍ର ଶୂରଦେଓ, ରାମକୃଷ୍ଣ ରଥ, ହୁସେନ ଖାନ୍, ରସାନନ୍ଦ ସ୍ବାଇଁ , ରଜତ କୁମାର ପଟ୍ଟନାୟକ ଲୋକନାଥ ମିଶ୍ର ଅଭିଭାଷଣ ରଖିଥିଲେ । ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତାଙ୍କ ବକ୍ତବ୍ୟରେ, ସାମ୍ବାଦିକ ବୀମା ସମ୍ପର୍କରେ ଆଲୋକପାତ କରିଥିଲେ । ସାମ୍ବାଦିକ ଜୀବନର କଷ୍ଟ, ଜୀବନର ସଂଗ୍ରାମ ଉପରେ ପୌର ପରିଷଦ ଅଧ୍ୟକ୍ଷା ବକ୍ତବ୍ୟ ରଖିଥିଲେ । ସାମ୍ବାଦିକ ମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି, ସେମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବାକୁ ପୌର ଅଧ୍ୟକ୍ଷା ଦାବି କରିଥିଲେ ।

ନୟାଗଡ ର ବୈଦ୍ୟୁତିକ, ଛାପା ,ଡିଜିଟାଲ ଗଣମାଧ୍ୟମ ର ସମସ୍ତ ସାମ୍ବାଦିକ ଅନିଲ କୁମାର ପଣ୍ଡା , ଜୟନ୍ତ କୁମାର ମିଶ୍ର , ସଞ୍ଜୟ କୁମାର ସ୍ବାଇଁ, ସୁଧାକର ମିଶ୍ର, ପ୍ରଶାନ୍ତ କୁମାର ଜେନା ,ବିଶ୍ୱଭୂଷଣ ମହାପାତ୍ର, ଜନ୍ମେଜୟ ମହାନ୍ତି, ପ୍ରଭାତ କୁମାର ମହାପାତ୍ର, ଅନୱର ଅଲ୍ଲୀ, ବୈଦ୍ୟ ଭୂଷଣ ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ । ସମସ୍ତ ସାମ୍ବାଦିକ ମାନଙ୍କୁ ରୋଟାରୀ କ୍ଳବ୍ ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ! ଶେଷରେ ଶ୍ରୀକାନ୍ତ କୁମାର ଖଟେଇ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Exit mobile version