Site icon Awaj Media

ସମ୍ବାଦ ସାହିତ୍ୟ ଘର ଓ ଚିଲିକା ରିପୋର୍ଟରସ ଆସୋସିଏସନ ମିଳିତ ଆନୁକୁଲ୍ୟରେ ବୃକ୍ଷ ରୋପଣ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ସମ୍ବାଦ ସାହିତ୍ୟ ଘର ଓ ଚିଲିକା ରିପୋର୍ଟରସ ଆସୋସିଏସନ ମିଳିତ ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ! ଖୋର୍ଦ୍ଧା ଜିଲ୍ଲା ବାଣପୁର ସମ୍ବାଦ ସାହିତ୍ୟ ଘର ଓ ବାଣପୁର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ରିପୋର୍ଟରସ ଆସୋସିଏସନ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ବାଣପୁର ବାଲେଡ଼ିହ କେନାଲ ରାସ୍ତା ଏବଂ ଘଣ୍ଟନିଧି ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସମୁଦାୟ ୭୨ ଟି କଦମ୍ବ, ନିମ୍ବ, ପିସ୍ତା ବାଦାମ, ପଣସ, ଆମ୍ବ ପ୍ରଭୃତି ଚାରା ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ସମ୍ବାଦ ସାହିତ୍ୟ ଘର ସଭାପତି ଗାଳ୍ପିକ ଶିବ ମିଶ୍ର, ସଦସ୍ୟ ବାଳ ମୁକୁନ୍ଦ ଦାସ, ପୁରୁଷୋତ୍ତମ ମହାପାତ୍ର, ଶିଶିର ଦାସ ଏବଂ ଚିଲିକା ରିପୋର୍ଟର୍ସ ଆସୋସିଏସନ ଅଧ୍ୟକ୍ଷ ତଥା ସାହିତ୍ୟ ଘର ସଂଯୋଜକ ସୁନୀଲ କୁମାର ସୁବୁଦ୍ଧି, ସମ୍ପାଦକ ଅମିତାଭ ପାଟଯୋଶୀ, ସାମ୍ବାଦିକ ଅନନ୍ତ ଚରଣ ବାରିକ, ରାକେଶ ସାହୁ, ଦିଲୀପ କୁମାର ସ୍ୱାଇଁ, ସଞ୍ଜୟ ପ୍ରଧାନ, ସେକ ଶୌକତ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିବା ସଙ୍ଗେ ଆଗାମୀ ଦିନରେ ଏହିଭଳି ଚାରା ରୋପଣ କାର୍ଯ୍ୟକ୍ରମ କୁ ବ୍ୟାପକ କରାଯାଇ ବାଣପୁର ଆଖ ପାଖ ଅଞ୍ଚଳରେ ସବୁଜିମା ସୃଷ୍ଟି କରିବା ପାଇଁ ସଂକଳ୍ପ ନେଇଥିଲେ ! ଆଗାମୀ ଦିନରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସାଧାରଣ ଲୋକ ଙ୍କ ସହଯୋଗ ନେଇ ଏହା କୁ ବ୍ୟାପକ କରିବା ଆଲୋଚନା ଏବଂ ଯୋଜନା ପ୍ରସ୍ତୁତ କରିଥିଲେ ।

Exit mobile version