Site icon Awaj Media

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପ୍ରଚାର୍ଯ୍ୟ ଙ୍କୁ ଭେଟିଲେ କମାଣ୍ଡିଙ୍ଗ ଅଫିସର ଡିଜେ . ସିଂ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା ନାଭାଲ ୟୁନିଟ ଏନ.ସି.ସି, ବ୍ରହ୍ମପୁର କମାଣ୍ଡିଙ୍ଗ ଅଫିସର କମାଣ୍ଡର ଡିଜେ. ସିଂ ଗୋଦାବରୀଶ ମହାବିଦ୍ୟାଳୟ ରେ ଭବିଷ୍ୟତ ରେ ନାଭାଲ ୱିଙ୍ଗ ଏନସିସି ଖୋଲିବା ଉଦେଶ୍ୟ ରେ ମହାବିଦ୍ୟାଳୟର ପ୍ରଚାର୍ଯ୍ୟଙ୍କୁ ଭେଟିଥିଲେ l ଗୋଦାବରୀଶ ମହାବିଦ୍ୟାଳୟ ର ଏନ.ସି.ସି ଛାତ୍ର ଛାତ୍ରୀ ମାନେ ତାଙ୍କୁ ସ୍ୱାଗତ ଜଣାଇବା ସହ ଏକ ସୁନ୍ଦର ପ୍ୟାରେଡ କରିଥିଲେ l

କାର୍ଯ୍ୟକ୍ରମରେ ଉପସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରଚାର୍ଯ୍ୟ, ଏନ.ସି.ସି ସହଯୋଗୀ ଅଧିକାରୀ, ସମସ୍ତ ଅଧ୍ୟାପକ ଥିବାବେଳେ କମାଣ୍ଡର ଡିଜେ . ସିଂ ନାଭାଲ ୱିଙ୍ଗ ଏନସିସି ର ଲାଭ ଗୁଡିକ ଛାତ୍ର ଛାତ୍ରୀ ଙ୍କୁ ଜଣେଇବା ସହ ଏହା ବିଷୟରେ ଏକ ଛୋଟ ଫିଲ୍ମ ମଧ୍ୟ ପିଲାଙ୍କୁ ଦେଖେଇଥିଲେ l ଏବଂ ତାଙ୍କ ୟୁନିଟ ତରଫରୁ କେନ୍ଦ୍ରୀୟ ବିଦ୍ୟାଳୟ ଏନ.ସି.ସି ସିନିଅର ଡିଭିସନ କମାଣ୍ଡର, ସେକ ସରତାଜ, ଏନ.ସି.ସି ର ବିଶେଷତା ଉପରେ ଏକ ସୁନ୍ଦର ଭାଷଣ ଦେବା ସହ ଭବିଷ୍ୟତ ରେ ଏନ.ସି.ସି ସାର୍ଟିଫିକେଟ ର ଲାଭ ବିଷୟରେ ସୂଚନା ଦେଇଥିଲେ l

Exit mobile version