ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଉତ୍କଳର ଜୀବନ୍ତ ଇତିହାସ ମାଦଳା ପାଞ୍ଜିକୁ ଭିତ୍ତି କରି ଓଡ଼ିଶାର ଇଷ୍ଟଦେବତା ପ୍ରଭୁ ଶ୍ରୀଜଗନ୍ନାଥ ଯଵନ ମାନଙ୍କ ଆକ୍ରମଣକୁ ପ୍ରତିହତ କରି ଚିଲିକା ଓ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ୭ ଥରରୁ ଅଧିକ ସମୟ ନୀଳାଦ୍ରୀ ମଣ୍ଡପ ପରିତ୍ୟାଗ କରି ଲୀଳାଖେଳା କରିଥିବାର ଉଲ୍ଲିଖିତ ଅଛି । ଏହି ସ୍କୃତିକୁ ଆଧାର କରି ସମସ୍ତ ଲୀଳାକ୍ଷେତ୍ରର ଆରାଧ୍ୟ ଠାକୁରମାନଙ୍କ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ମାନଙ୍କୁ ଏକାଠି କରି ପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହିତ ମନ୍ଦିର ଗୁଡିକର ସୁରକ୍ଷା ସଂପର୍କରେ ଏକ ଆଲୋଚନାଚକ୍ର ଲୀଳାକ୍ଷେତ୍ର ବାଣପୁରର ଶ୍ରୀରଙ୍କନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଇତିହାସ ଗବେଷକ ତଥା ସୁସାହିତ୍ୟିକ ଡ଼ା ଦେବେନ୍ଦ୍ରନାଥ ମାନସିଂଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନାଚକ୍ର ରେ କାଙ୍କଣ ଶିଖରୀ ଶ୍ରୀ ଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ଡ଼ା ସୁଶାନ୍ତ କୁମାର ସାହୁ, ବାବାଜୀ ପଦ୍ମପାଦ ଦାସ ମହାରାଜ, ଶ୍ରୀ ରଙ୍କନାଥ ମନ୍ଦିର ପରିଚାଳନା କମିଟିର ସଭ୍ୟ ବାଳମୁକୁନ୍ଦ ଦାସ, ବରିଷ୍ଠ ପତ୍ରକାର ନୃସିଂହ ପ୍ରସାଦ ମିଶ୍ର, ଇଞ୍ଜିନିୟର ବିବୁଧେନ୍ଦୁ କେଶରୀ ଭୋଳ , ମଧୁସୂଦନ ପରିଡା , ସନ୍ତୋଷ ଜେନା ପ୍ରମୁଖ ଯୋଗ ଦେଇ ବିଭିନ୍ନ ସମୟରେ ଶ୍ରୀ ଜଗନ୍ନାଥ ଏହି ଅଞ୍ଚଳର କାଙ୍କଣ ଶିଖରୀ , ନଈରୀ, ଗବପଦର, ଚିଲିକା ଚଢ଼େଇ ଗୁହା , ନିଳାଦ୍ରୀ ପ୍ରସାଦ, ଶ୍ରୀଚରଣଚକା ଦେବ ବିଜେ ବଡ଼ ହନ୍ତୁଆଡ, ଶ୍ରୀ ରଙ୍କନାଥ ଦେବ ବିଜେ ବାଣପୁର, ଚାଷଙ୍ଗରା, ସାହାସପୁର, ଅନ୍ଧାରୀ ମହିମ ଇତ୍ୟାଦି ସ୍ଥାନ ମାନଙ୍କରେ ବିଜେ କରି କିପରି ଲୀଳା ଖେଳା କରି ନିଳାଦ୍ରୀ ବିଜେ କରିଥିଲେ ! ସେ ସଂପର୍କରେ ଆଲୋକପାତ କରି ଏହି ତଥ୍ୟ କିପରି ଜନାଦୃତ ହେବ ଏବଂ ପୀଠ ଗୁଡ଼ିକର କିପରି ଉନ୍ନତିକରଣ କରାଯାଇ ପାରିବ ସେ ସଂପର୍କରେ ବିଭିନ୍ନ ମତାମତ ପ୍ରଦାନ କରି ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ ପୂର୍ବକ ସହଯୋଗ ପ୍ରଦାନ ନିମନ୍ତେ ଅନୁରୋଧ କରିବାକୁ ପ୍ରସ୍ତାବ ଗ୍ରହଣ କରିଥିଲେ । ଅଗଷ୍ଟ ୩୧ ତାରିଖରେ ପୁଣି ଏକ ବୈଠକ ଶ୍ରୀଚରଣଚକା ଦେବମନ୍ଦିର ପ୍ରାଙ୍ଗଣରେ ବସି ସମସ୍ତ ମନ୍ଦିରର ପରିଚାଳନା କମିଟିର ପ୍ରତିନିଧି ମାନଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତି ଗ୍ରହଣ କରାଗଲା । ଇଞ୍ଜିନିୟର ବିବୁଧେନ୍ଦୁ କେଶରୀ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ ।
ବାଣପୁର ରେ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସଂପର୍କରେ ଆଲୋଚନାଚକ୍ର !!!

