Site icon Awaj Media

ଉତ୍କର୍ଷ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକ ମହୋଦୟଙ୍କ ତଭ୍ବବଧାନରେ ତଥା ଓଡ଼ିଶା ସରକାରଙ୍କ ଓସେପା , ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ଚାରି ଦିନ ଧରି ଏକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର “ଉତ୍କର୍ଷ” ଗତକାଲି ଠାରୁ ଜିଲ୍ଲାର ଦୁଇଟି ସ୍ଥାନରେ ଅନୁଷ୍ଠିତ ହୋଇଯାଅଛି । ନିର୍ଦ୍ଧାରିତ ସ୍ଥାନ ଏନ ଏମ ଉଚ୍ଚ ବିଦ୍ୟାଳୟ, ନାରାୟଣପୁର ଠାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଆମ୍ପୋଲୁ ରବି କୁମାର ଏବଂ ସରକାରୀ ଉଚ୍ଚବିଦ୍ୟାଳୟ, ଛେଳିଗଡ ରେ ବିଦ୍ୟାଳୟ ପ୍ରଥମ ଶିକ୍ଷକ ଶ୍ରୀ କେ ବେଙ୍କଟରମନା ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଚାରି ଦିନ ଧରି ଚାଲିଥିବା ଏହି ଶିବିରରେ ଜିଲ୍ଲାର ସମସ୍ତ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପ୍ରତି ଦୃଷ୍ଟି ଦିଆଯାଇଥିଲା । ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମାତୃଭାଷା ଓଡିଆ, ଇଂରାଜୀ, ଗଣିତ ଏବଂ ବିଜ୍ଞାନ ବିଷୟରେ ତାଲିମ ପ୍ରଦାନ କରାଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଶିକ୍ଷକ ୱାଇ ଧର୍ମାରାଓ, ପ୍ରଫୁଲ୍ଲ କୁମାର ବରାଡ, ଜ୍ୟୋତି ପ୍ରସାଦ ପତ୍ର, ବିଗ୍ନେଶ୍ୱର ସାହୁ, ଶିବ କଲ୍ୟାଣୀ ଆଚାର୍ଯ୍ୟ, ସବିତା କୁମାରୀ ଦାସ୍, ସୁଜ୍ଞାନି ପ୍ରଭା ପାଣଗ୍ରାହୀ ଓ ରାଜଲକ୍ଷ୍ମୀ ରାଉତ ପ୍ରମୁଖ ନିୟୋଜିତ ହୋଇ ପ୍ରଶିକ୍ଷଣ କୁ ଆଗେଇ ନେବା ପାଇଁ ପ୍ରତିଜ୍ଞାବଦ୍ଧ ହେଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ନିମନି ଜଗଦୀଶ ପରିଚାଳନା କରିଥିଲେ । ପ୍ରତ୍ୟେକ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଶିକ୍ଷାର ମାନ ବୃଦ୍ଧି କୁ ମୁଖ୍ୟ ଆଭିମୁଖ୍ୟ ଭାବେ ଗ୍ରହଣ କରାଗଲା ।

Exit mobile version