Site icon Awaj Media

ନୟାଗଡ କଲେଜ ର ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାଞ୍ଚ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ କଲେଜ ର ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାଞ୍ଚ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ! ନୟାଗଡ଼ ମହାବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର, ନୟାଗଡ଼ ର ଅନନ୍ୟ ପରିଚୟ l ଅଭିଭାବକ ମାନଙ୍କ ଅତୁଟ ବିଶ୍ୱାସ କଲେଜ ଉପରେ ରହିଛି l ସମ୍ପ୍ରତ୍ତି ନୟାଗଡ଼ ମହାବିଦ୍ୟାଳୟ ରେ ପ୍ରଶାସନିକ ଅବ୍ୟବସ୍ଥା, ଢିଲା ଶାସନ ଏବଂ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ପାଇଁ ଅଧ୍ୟାପକ, କର୍ମଚାରୀ ଙ୍କ ଚାରିତ୍ରିକ ବିଶୃଙ୍ଖଲିତ ଆଚରଣ ପାଇଁ କଲେଜ ର ପ୍ରତିଷ୍ଠା ମାନ ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଆଲୋଚନା ବହୁତ କଷ୍ଟ ଦେଉଛି l କଲେଜ ର ଅଧ୍ୟାପକ / ଅଧ୍ୟାପିକା ମାନେ ଘରୋଇ ଟିଉଟୋରିଆଲ / କଲେଜ ରେ ପାଠ ପଢ଼ାଉଥିବା ଉପରେ ଅଧ୍ୟକ୍ଷ ମହାଶୟଙ୍କ ରୋକ ନିର୍ଦ୍ଦେଶ ସ୍ୱାଗତଯୋଗ୍ୟ l ଅନୁଷ୍ଠାନ ର ସ୍ୱାର୍ଥ ଏବଂ ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାଞ୍ଚଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ଅଧ୍ୟକ୍ଷ ମହାଶୟଙ୍କୁ ପ୍ରଦାନ କରାଯାଇଛି ! ରାଜ୍ୟର ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ ଭଳି ଅଘଟଣ ଘଟିବା ପାଇଁ ପ୍ରଶ୍ରୟ ଅଧ୍ୟକ୍ଷ ଦିଅନ୍ତୁ ନାହିଁ ବୋଲି ଉଲ୍ଲେଖ କରିଛି ଜିଲ୍ଲା କଂଗ୍ରେସ ! ଦାବୀ ଗୁଡିକ ହେଲା –
୧. ନୟାଗଡ଼ କଲେଜ ର ଚାରିତ୍ରିକ ବିଶୃଙ୍ଖଳିତ, ଅନୈତିକ କାର୍ଯ୍ୟରେ ଲିପ୍ତ ଅଧ୍ୟାପକ, କର୍ମଚାରୀଙ୍କୁ କଲେଜ ରୁ ବହିଷ୍କାର କରାଯାଉ l
୨. ଲେଡ଼ିଜ ହଷ୍ଟେଲ ଦାୟିତ୍ୱ ରେ ଜଣେ ଅଧିକ୍ଷକ ଦାୟିତ୍ୱ ରେ ଥିବା ସତ୍ୱେ କଲେଜ କ୍ୟାଣ୍ଟିନ ଠିକାଦାର ଙ୍କୁ ଲେଡ଼ିଜ ହଷ୍ଟେଲ ଭିତରକୁ କାହିଁକି ଅବାଧ ପ୍ରବେଶ ଅନୁମତି ଦିଆଯାଇଛି l ଯଦି ଗ୍ରସୋରି ସାମଗ୍ରୀ ଯୋଗାଣ ନାଁରେ ଭିତରେ ପଶୁଛନ୍ତି ତେବେ ଅଧିକ୍ଷକ କାହିଁକି ଆଗଭଳି ନିଜେ ଏହା ବୁଝୁ ନାହାଁନ୍ତି l କ୍ୟାଣ୍ଟିନ ଠିକାଦାର ଙ୍କୁ ଲେଡ଼ିଜ ହଷ୍ଟେଲ ବାରଣ କରାଯାଉ l
୩. କଲେଜ ଅଧ୍ୟାପକ/ ଅଧ୍ୟାପିକା ମାନେ ଘରୋଇ ଶିକ୍ଷାନୁଷ୍ଠାନ ରେ ପାଠ ପଢ଼ାଉଥିବା ଭଳି ବେଆଇନ ପ୍ରସଙ୍ଗ ସ୍ପଷ୍ଟ ହେବା ପରେ ଏକ କମିଟି ଦ୍ୱାରା ଯାଞ୍ଚ କରାଯାଇ ସମ୍ପୃକ୍ତ teaching faculty ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l
୪. କଲେଜ ଇନଡୋର ହଲ ଦାୟିତ୍ୱ/ ଚାବି କ୍ୟାଣ୍ଟିନ ଠିକାଦାର ଙ୍କୁ କାହିଁକି ଦିଆଯାଇଛି l ଏ କ୍ୟାଣ୍ଟିନ ଠିକାଦାର କିଏ ? ତାଙ୍କୁ କଲେଜ ପ୍ରଶାସନ କାହିଁକି ଏତେ ଅନୁକମ୍ପା ଦେଖାଇ ବର୍ଷବର୍ଷ ଧରି ତାଙ୍କୁ ମନଇଛା କ୍ୟାଣ୍ଟିନ ଠିକା ଦିଆଯାଇଛି l
୫. କଲେଜ ଭିତରକୁ ବିଜୁ ଜନତା ଦଳର ରାଜନେତା ଙ୍କ ଅବାଧ ପ୍ରବେଶ ଉପରେ କଟକଣା ଲଗାଯାଉ l
କଲେଜ କର୍ମଚାରୀଙ୍କ ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ପ୍ରସଙ୍ଗରେ ନୟାଗଡ଼ ର ସ୍ୱାର୍ଥ ପାଇଁ ନୟାଗଡ଼ କଂଗ୍ରେସ କଲେଜ ସମ୍ମୁଖରେ ଆନ୍ଦୋଳନ କରି ନୟାଗଡ଼ ରେ ନାରୀ ସମ୍ମାନ ରକ୍ଷା କରିବ l

Exit mobile version