Site icon Awaj Media

ବାଣପୁର ଭେଷରୀ ଦାମଦରପୁର ଗ୍ରାମରେ ଅଗ୍ନିକାଣ୍ଡ : ଦୁଇ ବଖରା ଜଳି ପୋଡ଼ି ପାଉଁଶ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଧିନସ୍ଥ ଭେଷରୀ ଦାମଦରପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି । ଯାହା ଫଳରେ ଗୋଟେ ପରିବାର ଦୁଇ ବଖରା ଜଳି ପୋଡ଼ି ପାଉଁଶ ହେବା ସହ ଘରର ଜରୁରୀ ଆସବାପତ୍ର ପୋଡି ନଷ୍ଟ ହୋଇ ଯାଉଥିବାର ସୂଚନା ମିଳିଛି । ସୂଚନା ମୁତାବକ ଉକ୍ତ ଗ୍ରାମର ଗଗନ ମହାପାତ୍ରଙ୍କ ଘରେ କୈାଣସି କାରଣ ବଶତଃ ଅଗ୍ନୀକାଣ୍ଡ ଘଟିଥିଲା । ଘରର ଦୁଇ ବଖରା ଘର ସହ ପ୍ରାୟ ୫୦ ହଜାର ଟଙ୍କାର ଆସବାପତ୍ର ପୋଡି ପାଉଁସ ହୋଇଯାଇ ଥିବାର ଜଣା ପଡ଼ିଛି । ଘରଟି ପୋଖରି ପାଖରେ ହୋଇଥିବାରୁ ସଙ୍ଗେ ସଙ୍ଗେ ଗ୍ରାମବାସି ସେଠାରେ ପହଞ୍ଚି ନିଆଁକୁ ଆୟତ କରି ନେଇଥିଲେ ।

Exit mobile version