ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବନ୍ୟା ସରିବା ପରେ ଆରମ୍ଭ ହେଲା ସମୀକ୍ଷା । ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଆସିଥିବା ବନ୍ୟା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏବଂ ଜିଲ୍ଲାର ସମସ୍ତ ବିଧାୟକ ମାନେ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ଘଟିଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ । ବନ୍ୟା ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଦୁର୍ବଳ ନଦୀ ବନ୍ଧ ଓ ରାସ୍ତା ଗୁଡିକୁ ଶୀଘ୍ର ମରାମତି କରିବାକୁ ନିଷ୍ପତ୍ତି ନିଆଯାଇଛି !
ଯାଜପୁର ରେ ବନ୍ୟା ସ୍ଥିତି ନେଇ ସମୀକ୍ଷା ଆରମ୍ଭ !!!

