Site icon Awaj Media

କନ୍ଧମାଳ ଏସବିଆଇ ୠଣ ଘୋଟାଲା ମାମଲା : ତିନି ମାସ ପରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏସବିଆଇ ମୂଖ୍ୟ ଶାଖାରେ ହୋଇଥିବା ୮ କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ଆଉ ଦୁଇଜଣଙ୍କୁ ଗିରଫ କରିଛି ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା । ପୁର୍ବରୁ ଏହି ମାମଲାରେ ମୂଖ୍ୟ ଅଭିଯୁକ୍ତ ଆଶୁତୋଷ ଆଚାର୍ୟ୍ୟଙ୍କୁ ଗିରଫ କରା ଯାଇଥିବା ବେଳେ ୩ ମାସ ପରେ ଏଥିରେ ସାମିଲ ଥିବା ତତ୍‌କାଳିନ ଫୁଲବାଣୀ ଯୋଗାଣ ନିରିକ୍ଷକ ସମରେଶ ରଂଜନ ଦାସ ଓ ହେମନ୍ତ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଏଥିରେ ଆହୁରି ବହୁ ବ୍ୟକ୍ତି ସାମିଲ ଥିବା ଏତାଲାରେ ଦର୍ଶା ଯାଇଥିବା ବେଳେ ସେମାନେ କେବେ ଗିରଫ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ପ୍ରକାରେ ୨୦୨୨ ମସିହାରେ ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୂଖ୍ୟ ଶାଖାର ତତ୍କାଳୀନ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ୟ୍ୟ ୫୯ ଜଣଙ୍କ ନାମରେ ସରକାରୀ ଚାକିରିଆ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ୍ସପ୍ରେସ କ୍ରେଡିଟ ଲୋନ ମଞ୍ଜୁର କରିଥିଲେ, ଯାହାର ପରିମାଣ ଥିଲା ୬ କୋଟି ୭୭ ଲକ୍ଷ ୩୦ ହଜାର ଟଙ୍କା । ସେହିଭଳି ସେ ୨୬ ଜଣଙ୍କ ନାମରେ ୯୯ ଲକ୍ଷ ୮୨ ହଜାର ୭୯୫ ଟଙ୍କାର ପେନସନ ଋଣ ମଞ୍ଜୁର କରିଥିଲେ । ଏହିଭଳି ଭାବେ ସମୂଦାୟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ମଞ୍ଜୁର କରାଯାଇଥିଲା, ଯାହାକି ପରବର୍ତୀ ସମୟରେ ଆଶୁତୋଷ ନିଜ ଘରଲୋକଙ୍କ ଆକାଉଣ୍ଟ କୁ ପଠାଇ ଦେଇଥିଲେ । ଏନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ ହେବା ପରେ କେଶ ନଂ.୧୪/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିଲା । ୩ ମାସ ପୁର୍ବରୁ ଆଶୁତୋଷ ଗିରଫ ହୋଇଥିଲେ । ତତ୍‌କାଳିନ ଫୁଲବାଣୀ ଯୋଗାଣ ନିରିକ୍ଷକ ସମରେସ ରଂଜନ ଦାସ ଙ୍କୁ ଗିରଫ କରିଛି ଇଓଡବ୍ଲୁ । ସମରେଶଙ୍କ ଆକାଉଣ୍ଟ କୁ ୧ କୋଟି ୪୬ ଲକ୍ଷ ୩୦ ହଜାର ଟଙ୍କା ପଠା ଯାଇଥିଲା । ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି ମାନେ କେବେ ଗିରଫ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଘୋଟାଲା ର ଅଧିକ ତଦନ୍ତ ହେଲେ ଉପରୋକ୍ତ ବ୍ୟକ୍ତିଙ୍କୁ ବାଦ ଦେଇ ବହୁ ବଡ ବଡ ବକ୍ତି ଙ୍କ ସମ୍ପୃକ୍ତି ପଦାକୁ ଆସିବା ସହ ଏହି ଘୋଟାଲାର ଚେର କେଉଁ କେଉଁ ଜିଲାକୁ ସବୁ ଲମ୍ବିଛି ତାହା ସାମ୍ନାକୁ ଆସି ପାରିବ।

Exit mobile version