Site icon Awaj Media

ହୃଦୟର ସ୍ପନ୍ଦନରୁ ଅନ୍ୟ ପାଇଁ ସୃଷ୍ଟି ହେଉଥିବା ଆନ୍ତରିକତାକୁ କୁହାଯାଏ ବନ୍ଧୁତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବନ୍ଧୁ ବିନା ଜୀବନ , ମଣିଷକୁ ଦେଇଥାଏ ନିସଙ୍ଗତା । ବନ୍ଧୁତ୍ୱରେ ନଥାଏ ବୟସର ତାରତମ୍ୟ କିମ୍ବା ବୃତିଗତ ପାର୍ଥକ୍ୟ । ସେହିପରି ବନ୍ଧୁତ୍ୱ ସୁତ୍ରରେ ବାନ୍ଧି ହୋଇ ବନ୍ଧୁ ମାନଙ୍କ ସହ କିଛି ସମୟ ଆନନ୍ଦ ନେବା ପାଇଁ ନଥାଏ କୈାଣସି ନିଦ୍ଦିଷ୍ଟ ସ୍ଥାନ ବା ନିଦ୍ଦିଷ୍ଟ ସମୟ । ଏପରି ଏକ ବାର୍ତା ଦେଇ ନୟାଗଡ଼ ସହରରେ ରାତ୍ରୀର ଏକ ଶାନ୍ତ ପରିବେଶରେ ବିଶ୍ବ ବନ୍ଧୁତ୍ୱ ଦିବସ ପାଳନ କରିଛନ୍ତି କିଛି ସମାଜସେବୀ , ରାଜନୈତିକ ବ୍ୟକ୍ତି , ବ୍ୟବସାୟୀ ଏବଂ କିଛି ଗଣମାଧ୍ୟମ ପ୍ରତିନିଧି । ଏହି ଅବସରରେ ସେମାନେ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ଠାରେ ମିଳିତ ହୋଇ ଛେନାପୋଡ କାଟି ପରସ୍ପର କୁ ଜଣାଇଥିଲେ ଅଭିନନ୍ଦନ । ଏହା ସହ ରାସ୍ଥାରେ ଯାଉଥିବା ଅଜଣା ବ୍ୟକ୍ତିଙ୍କୁ ମଧ୍ୟ ଛେନାପୋଡ ଖୁଆଇ ନୁତନ ବନ୍ଧୁତ୍ୱ ସୃଷ୍ଟି କରିଥିଲେ। କେବଳ ସେତିକି ନୁହେଁ ବିଶ୍ବ ବନ୍ଧୁତ୍ୱ ଦିବସ ପାଳନ ଅବସରରେ ବନ୍ଧୁ ବନ୍ଧୁ ମଧ୍ୟରେ ଭାବର ଆଦାନ ପ୍ରଦାନ ସହ ସମସ୍ତେ ଆନନ୍ଦମୟ ପରିବେଶରେ କିଛି ସମୟ ଅତିବାହିତ କରି ପ୍ରତିକ୍ଷେତ୍ରରେ ବନ୍ଧୁତ୍ୱ ର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ତେବେ ମଣିଷ ମଣିଷ ଭିତରେ ଭଲ ପାଇବା ସୃଷ୍ଟି ସହ ବନ୍ଧୁତ୍ୱ କେବଳ ମଣିଷକୁ ହିଂସା, ବିଦ୍ବେଶ ତ୍ୟାଗ କରି ଶାନ୍ତି ଓ ଅହିଂସା ମାର୍ଗରେ ଚାଲିବାକୁ ସେମାନେ ବାର୍ତା ଦେବାକୁ ଚାହାଁନ୍ତି ବୋଲି ସେଠାରେ ଉପସ୍ଥିତ ବନ୍ଧୁ ମାନେ ପ୍ରକାଶ କରିଥିଲେ । ବିଶ୍ବ ବନ୍ଧୁତ୍ୱ ଦିବସରେ ବନ୍ଧୁ ମାନଙ୍କୁ ଏକାଠି କରିବାରେ ମୁଖ୍ୟ ଭୁମିକା ମୁନିସିପାଲିଟି ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଗ୍ରହଣ କରିଥିବା ବେଳେ ସମାଜସେବୀ ରୁଦ୍ରପ୍ରସନ୍ନ ରଥ, କୁମୁଦ ମହାପାତ୍ର, ଶୁଶୀଳ ଜେନା , ସାମ୍ବାଦିକ ରଜତ ପଟ୍ଟନାୟକ, ବିଶ୍ବଭୁଷଣ ମହାପାତ୍ର, ପ୍ରଶାନ୍ତ ଜେନା, ବ୍ୟବସାୟୀ ତଥା ସମାଜସେବୀ ପ୍ରସନ୍ନ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ବିଶ୍ବ ବନ୍ଧୁତ୍ୱ ଦିବସ ଅବସରରେ ସମସ୍ଥଙ୍କୁ ଉତ୍ସାହିତ କରିଥିଲେ ।

Exit mobile version