ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ରାଜ୍ୟ ସରକାର 5 T ମାଧ୍ୟମରେ ବିଦ୍ୟାଳୟ ରୁପାନ୍ତିକରଣ ନାଁ ରେ ଡିଣ୍ଡିମ ପିଟୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଓରବରସିଂହ ଗ୍ରାମ ପଞ୍ଚାୟତ ରେ ଚିତ୍ର ସମ୍ପୁର୍ଣ୍ଣ ଓଲଟା ! ବିଦ୍ୟାଳୟର ସମସ୍ତ ଅବ୍ୟବସ୍ଥା ସ୍ଥାନୀୟ ପ୍ରଶାସନ ଇଙ୍ଗିତରେ ହେଉଛି ବୋଲି ଅଭିଯୋଗ ହୋଇଛି ! ମିଳୁଥିବା ସୂଚନା ମୁତାବକ ଉକ୍ତ ବିଦ୍ୟାଳୟ ର ନିର୍ମାଣ ୧୯୮୦ ମସିହାରେ ହୋଇଥିଲା ! ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପଢୁଛନ୍ତି ! ଗୁରୁଜୀ ଗୁରୁମା ଙ୍କ ସଂଖ୍ୟା ୧୭ ! ହେଲେ ଦୁଃଖର ବିଷୟ କୌଣସି ବି ଶିକ୍ଷକ ଉପଯୁକ୍ତ ସମୟ ରେ ବିଦ୍ୟାଳୟ କୁ ଆସୁ ନାହାଁନ୍ତି , ଯାହା ସ୍ଥାନୀୟ ଅଭିଭାବକ ଙ୍କ ମନରେ ଅସ୍ଥିରତା ସୃଷ୍ଠି କରୁଛି ! ଏପରିକି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଶେଖ୍ ମାଝୀ ଦିନ 11 ଟାରେ ବିଦ୍ୟାଳୟକୁ ଆସୁଛନ୍ତି ! ସେ ସ୍କୁଲ ରେ କୌଣସି ଶିକ୍ଷକଙ୍କ ସାଥିରେ ମିଶୁ ନାହାନ୍ତି , ଦିନେ ଆସିଲେ ଦିନେ ଆସୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି !
ସମସ୍ୟା ଘେରରେ 5 T ସ୍କୁଲ : ନାମକୁ ମାତ୍ର ରୂପାନ୍ତରଣ !!!

