Site icon Awaj Media

ନାଚୁଣୀ ମହାବିଦ୍ୟାଳୟ ପରିସରରେ ରେଡକ୍ରସ ୟୁନିଟ ତରଫ ରୁ “ଜାତୀୟ କୃମି ମୁକ୍ତି ଦିବସ ” ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ନାରାୟଣ ବଳିଆରସିଂ ଙ୍କ ଅଧ୍ୟକ୍ଷତା ରେ ଏଵଂ ରେଡକ୍ରସ କାଉନସିଲର ବିଜୟ ଶତପଥି ନେତୃତ୍ୱ ରେ ଜାତୀୟ କୃମି ଦିବସ ପାଳିତ ହୋଇଯାଇଛି । ଏଥିରେ ରେ ମହାବିଦ୍ୟାଳୟର ରେଡକ୍ରସ ୟୁନିଟ ର ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ମହାବିଦ୍ୟାଳୟର ଅନ୍ୟ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିବା ସହିତ ,କୃମି ଔଷଧ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ଅଧ୍ୟକ୍ଷ କିଭଳି କୃମି ଠାରୁ ଦୂରେଇ ରହିବା , ସେ ବିଷୟରେ ସବିଶେଷ ଟିପ୍ପଣୀ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ବିଶ୍ୱଜିତ୍ ପ୍ରଧାନ ,ଶୁଭମ୍ ତ୍ରିପାଠୀ, ପ୍ରଭୁ ସ୍ୱାଇଁ , ରଞ୍ଜିତ ସାହୁ , ବବୁଲୁ ସ୍ୱାଇଁ , ହିମାଂଶୁ ସାହୁ ଆଦି ସ୍ବେଛାସେବୀ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ ।

Exit mobile version