ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ର କତଲ କଇଠା ଗ୍ରାମ ପଞ୍ଚାୟତର ମର୍କଡା ଠାରେ ପୋଷଣ ଅଭିଯାନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଗୋଶାଣୀ ବ୍ଳକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୌରୀ ନାୟକ, କତଲ କଇଠା ସରପଞ୍ଚ ଏସ ଲିଙ୍ଗରାଜ, କତଲ କଇଠା ସମିତି ସଭ୍ୟ , ମର୍କଡା ୱାଡ଼ ସଭ୍ୟ ଓ ଶିଶୁ ବିକାଶ ପ୍ରକଳ୍ପ ର ସୁପରଭାଇଜର ଶଶୀରେଖା ଗମାଙ୍ଗ, ଧରିତ୍ରୀ ବାଉରୀ, କତଲ କଇଠା ସ୍ୱାସ୍ଥ୍ୟ ଅଧିକାରୀ ସହ ମର୍କଡା , କମଳା ଭଞ୍ଜନି ପାଖାପାଖି କେତେ ଗ୍ରାମର ଗର୍ଭବତୀ, ପ୍ରସୂତୀ, କିଶୋରୀ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପୋଷଣ ଅଭିଯାନ ର ଉଦ୍ଦେଶ୍ୟ ହେଲା ମାଆ ଓ ଶିଶୁ ମୃତ୍ୟୁ ହାର କମାଇବା । ଏହି କାର୍ଯ୍ୟକ୍ରମ କୁ ନେଇ ଏକ ଲୋକ ନୃତ୍ୟ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସି ଡି ପି ଓ,ସି ଏଚ ଓ, ସୁପରଭାଇଜର ମାନେ ଏହି ବିଷୟରେ ଲୋକମାନଙ୍କୁ ବୁଝାଇବା ସହ ସଚେତନତା କରିଥିଲେ । କେରାଣ୍ଡି ସେକ୍ଟଟର ସମସ୍ତ ଅଙ୍ଗନବାଡି କର୍ମୀ ପନିପରିବା ଓ ରେସିପି ନେଇ ପ୍ରଦର୍ଶନ କରାଇଥିଲେ ।

