Site icon Awaj Media

ବାଣପୁର ରେ ଦନ୍ତା ହାତୀ ପାଦରେ ଗଲା ମହିଳାଙ୍କ ଜୀବନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରି ପ୍ରସାଦ ପଂଚାୟତ ପୁଞ୍ଜିଆମା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ! ଆଜି ସକାଳୁ ପାଣ୍ଡବ ପ୍ରଧାନ ଙ୍କ ସ୍ତ୍ରୀ ରଞ୍ଜନା ପ୍ରଧାନ . ଘର ପଛପଟ ବିଲକୁ ଭୋର ପାଞ୍ଚଟା ରେ ଶୌଚ ପାଇଁ ଯାଇଥିବା ବେଳେ ହଠାତ ଏକ ଦନ୍ତା ହାତୀ ଆସି ମହିଳାଙ୍କୁ ଆକ୍ରମଣ କରିଥିଲା !ଏନେଇ ଗ୍ରାମବାସୀ ବାଲୁଗାଁ ରେଞ୍ଜ ଧୂଆଁନଲି ସେକ୍ସନ ଫରେଷ୍ଟ ବିଭାଗ କୁ ଖବର ଦେବାରେ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ଆସି ପହଞ୍ଚିବା ସହ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାକୁ ଆଣିଥିଲେ ! ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ! ଏହାକୁ ନେଇ ଗ୍ରାମରେ ଏକ ଉତେଜନା ସହ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିବାର ଜଣା ପଡ଼ିଛି । ଘଟଣା ସ୍ଥଳରେ ରେଞ୍ଜର, ସ୍ଥାନୀୟ ସରପଂଚ, ବାଣପୁର ବ୍ଲକ ଅଧ୍ୟକ୍ଷ ଏବଂ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଛି ।

Exit mobile version