Site icon Awaj Media

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ୭୭ ତମ ସ୍ବାଧିନତା ଦିବସ ପାଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାରାଦେଶ ସ୍ୱାଧୀନତାର ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ପଞ୍ଚଶଖା ମାନଙ୍କ ମଧ୍ୟରୁ ଅନ୍ୟତମ ବାଣପୁରର ଗୋଦାବରୀଶ ମିଶ୍ର ଙ୍କ ନାମରେ ନାମିତ ଗୋଦାବରୀଶ ମହାବିଦ୍ୟାଳୟରେ ୭୭ ତମ ସ୍ବାଧିନତା ଦିବସ ପାଳନ ହୋଇ ଯାଇଛି । ଉକ୍ତ ସମାରୋହ ରେ ମୁଖ୍ୟ ଅତିଥି ଭାବେ ମହା ବିଦ୍ୟାଳୟର ସଭାପତି ଶ୍ରୀମତୀ ବିଜୟା ବନ୍ଧନା ରାଉତରାୟ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ କିପରି ଆମ ଦେଶ ସ୍ବାଧୀନ ହୋଇଥିଲା ସେ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ଜାତୀୟ ପତାକା ଉତ୍ତୋଳନ ଅବସରରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜ୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସମାରୋହ ରେ ମହା ବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ଏନସିସି ଅଫିସର ଗୁରୁକିଶୋର ନାୟକ ଙ୍କ ସମେତ ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ମହା ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Exit mobile version