ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ଵରେ ମାନବବାଦର ପ୍ରଚାର, ପ୍ରସାର ସହ ଶାନ୍ତି ଓ ସମତା ରକ୍ଷା ନିମନ୍ତେ ଯାଜପୁର ଜିଲ୍ଲାର ବାବଲପୁର ଠାରେ ଗଢି ଉଠିଥିବା ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆଫ୍ରିକାରେ ସାଂଗଠନିକ ଆଲୋଚନା ଚକ୍ର ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଫ୍ରିକା କଣ୍ଟେନାଣ୍ଟର ସଂଯୋଜକ ମାଗ୍ଜିମା ଭିଡୋ ଭୂୟାନୀଙ୍କ ନେତୃତ୍ବରେ ଶତାଧିକ କର୍ମକର୍ତ୍ତା ଏହି ଆଲୋଚନାଚକ୍ରରେ ଭାଗ ନେଇଥିଲେ । ଚିନ୍ମୟ ଫାଉଣ୍ଡେସନର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ବନାନୀ ମାଧ୍ୟମରେ ଵୃକ୍ଷ ରୋପଣ ଓ ଆନ୍ତର୍ଜାତିକ ପରିବେଶ ସୁରକ୍ଷା , ମୋ ଗାଁ ମୋ ପ୍ରତିଭା କାର୍ଯ୍ୟକ୍ରମ, ଆନ୍ତର୍ଜାତିକ ଶିଶୁ ମଙ୍ଗଳ ଓ ବିକାଶ କାର୍ଯ୍ୟକ୍ରମ ଆଶା ଆକାଶ କ୍ଳବ୍, ସଚେତନତା କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଚିନ୍ମୟ ଫାଉଣ୍ଡେସନର ଆଫ୍ରିକାରେ ସାଂଗଠନିକ ଆଲୋଚନା ଚକ୍ର !!!

